Mon. Oct 19th, 2026

ଭୁବନେଶ୍ୱରରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

283 Views

ଭୁବନେଶ୍ୱର, ଜାନୁଆରୀ ୨୫ : ଜାତୀୟ କଂଗ୍ରେସ ସଭାପତି ହେବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଓ ବରିଷ୍ଠ ନେତା ଶ୍ରୀ ଗାନ୍ଧୀଙ୍କୁ ସ୍ୱାଗତ କରିବା ସହିତ ପାଇକ ଆଖଡ଼ା ଶୋଭାଯାତ୍ରାରେ ବିମାନବନ୍ଦର ବାହାରକୁ ଆଣିଛନ୍ତି।

ବିମାନବନ୍ଦରରେ ରାହୁଳ ଗାନ୍ଧୀଙ୍କ ସ୍ୱତନ୍ତ୍ର ବିମାନ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବି ବିଶ୍ୱାଳ, ପ୍ରଦୀପ ମାଝି, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ପିସିସି ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ , ବିଧାୟକ ତାରା ପ୍ରସାଦ ବାହିନୀପତି, ରାମଚନ୍ଦ୍ର ଖୁଣ୍ଟିଆ, ରଞ୍ଜୀବ ବିଶ୍ୱାଳ, ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ସାଧାରଣ ନିର୍ବାଚନ ଆଉ ମାତ୍ର ଦିନ କେତୋଟି ବାକି ଥିବା ବେଳେ ରାହୁଲଙ୍କ ଓଡ଼ିଶା ଗସ୍ତ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି।

By amfnews

Related Post