Mon. Jul 6th, 2026

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ଉପରାଷ୍ଟ୍ରପତି ଏମ୍‌.ଭେଙ୍କିୟା ନାଇଡ଼ୁ

293 Views

ଭୁବନେଶ୍ୱର :  ଭାରତର ଉପରାଷ୍ଟ୍ରପତି ଏମ୍‌.ଭେଙ୍କିୟା ନାଇଡ଼ୁ ଆଜି ଏକ ସ୍ବତନ୍ତ୍ର ବିମାନ ଯୋଗେ ପୂର୍ବାହ୍ନ ୧୦ଟା ୧୫ ମିନିଟ୍‌ରେ  ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିବା ଜଣାଯାଇଛି। ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିବା ସହ ପାଛୋଟି ଆଣିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ କେତେକ ବିଜେପି ନେତା ଉପସ୍ଥିତ ଥିବା ଜଣାଯାଇଛି।

ସେଠାରୁ ଉପରାଷ୍ଟ୍ରପତି କିଟ୍‌ ବିଶ୍ବବିଦ୍ୟାଳୟ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ରାଜଭବନ‌ ଫେରି ମଧ୍ୟାହ୍ନ ଭୋଜନ କରିବେ। ଅପରାହ୍ନ ୩ଟା ବେଳେ ସେ କଟକ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ‘ସମାଜ’ର ବାର୍ଷିକ ଉତ୍ସବରେ ଯୋଗ ଦେବେ। ସେଠାରୁ ସିଧା ଭୁବନେଶ୍ବର ବିମାନବନ୍ଦରକୁ ଫେରିବେ। ସନ୍ଧ୍ୟା ୬ଟା ବେଳେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।ଉପରାଷ୍ଟ୍ରପତିଙ୍କର ଏହି ଯାତ୍ରା ପାଇଁ ଭୁବନେଶ୍ବରରେ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

By amfnews

Related Post