Sun. Aug 30th, 2026

ଭୁବନେଶ୍ବରରେ ଲିଟର ପିଛା ୧୦ ପଇସା କମିଛି ପେଟ୍ରୋଲ୍ ଓ ଡିଜେଲ ଦର

163 Views

ନୂଆଦିଲ୍ଲୀ : ସଂସଦରେ ବଜେଟ ଉପସ୍ଥାପିତ ହେବାପରେ   ପରେ ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ଆଜି ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୧୦ ପଇସା କମିଛି । ଗତକାଲି ଏହାର  ମୂଲ୍ୟ ୭୧ ଟଙ୍କା ୯୯ ପଇସା ଥିବା ବେଳେ ଆଜି ତାହା ୭୧ ଟଙ୍କା ୮୯ ପଇସା ରହିଥିବା ଜଣାଯାଇଛି।

ସେହିପରି ଦିଲ୍ଲୀରେ ଆଜି ଡିଜେଲ ମଧ୍ୟ ୧୦ ପଇସା ଶସ୍ତା ହୋଇଛି ।ଆଜି  ଡିଜେଲର ଦର ୬୬.୪୯ ଟଙ୍କା ରହିଛି । ସ୍ମରଣଯୋଗ୍ୟ ଯେ  ଗତ  ଜୁଲାଇ ୫ ତାରିଖରେ ଆଗତ ହୋଇଥିବା ବଜେଟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ୧ଟଙ୍କା ସେସ୍ ଏବଂ ୧ ଟଙ୍କା ଏକସାଇଜ ଟିକସ ଲଗାଯାଇଥିଲା । ଫଳରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଥିଲା ।

ଇଣ୍ଡିଆନ ଅଏଲର ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୭୨.୯୦ ଥିବା ବେଳେ ଡିଜେଲ ୬୬.୪୯ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୭୮.୫୨ ଟଙ୍କା, ଜିଜେଲ ୬୯.୬୯ଟଙ୍କା, କୋଲକାତାରେ ପେଟ୍ରୋଲ ୭୫.୧୨ ଓ ଡିଜେଲ ୬୮.୪୮ ଟଙ୍କା ରହିଥିବା ଜଣାଯାଇଛି ।

By amfnews

Related Post