Sun. Oct 18th, 2026
185 Views

ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଅନ୍ତର୍ଗତ ବୋରଗାଓ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ପ୍ରଧାନଶିକ୍ଷକଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ କରିଛି। ରଞ୍ଜିତ ପାଣିଗ୍ରାହୀଙ୍କ ରାଇଘରରେ ଥିବା ୩ଟି ବାସଭବନ, ଦୋକାନଗୃହ ସହ ସ୍କୁଲରେ ମଧ୍ୟ ଚଢ଼ଉ ଚାଲିଛି। ଭିଜିଲାନ୍ସ ଟିମ୍‌ର ୩୦ ଜଣ ସଦସ୍ୟ ୫ଟି ଟିମ୍‌ରେ ବିଭକ୍ତ ହୋଇ ଚଢ଼ଉ  କରୁଛନ୍ତି। ପ୍ରଧାନ ଶିକ୍ଷକଙ୍କ ନାଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଥିବା ସୂଚନା ମିଳିଛି।

By amfnews

Related Post