Sun. Sep 6th, 2026

ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ୫ ଅଟକ

285 Views

ଯାଜପୁର/ଧର୍ମଶାଳା : ଧର୍ମଶାଳା ବ୍ଲକର ହରିଦାସପୁର ପଞ୍ଚାୟତ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୁପେଶ ଭଦ୍ରଙ୍କ ଗେଷ୍ଟ ହାଉସରୁ ଗତକାଲି ଅପରାହ୍ନରେ ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କର ଅସ୍ୱାଭାବିକ ମୃତ୍ୟୁକୁ ନେଇ ଗୁରୁବାର ୫ଜଣଙ୍କୁ ପୁଲିସ ଅଟକ ରଖିଛି। ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀଙ୍କ ସମେତ ୫ଜଣଙ୍କୁ ପୁଲିସ ଅଟକ ରଖି ପଚରଉଚରା ଜାରି ରଖିଛି।

ସୂଚନାଯୋଗ୍ୟ, ଗତକାଲି ଭତ୍ତା ବଣ୍ଟନ ପାଇଁ ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳ ହରିଦାସପୁର ପଞ୍ଚାୟତର ଭଡଙ୍ଗା (ଚାରିବାଟିଆ)କୁ ଯାଇଥିଲେ। ସେଠାରୁ ମଧ୍ୟାହ୍ନରେ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୁପେଶ ଭଦ୍ର ଓ ତାଙ୍କ ସାଙ୍ଗମାନେ ଥିବା ଗାଡ଼ିରେ ତାଙ୍କ ଗେଷ୍ଟହାଉସ (ବାଲିଗରି)କୁ ଭିଏଲଡବ୍ଲୁ ସ୍ମିତାରାଣୀ ଆସିଥିଲେ।

ଭଦ୍ର ଓ ତାଙ୍କ ସାଙ୍ଗସାଥୀଙ୍କ ପାଇଁ ସେଠାରେ ଭୋଜିଭାତର ଆୟୋଜନ ହୋଇଥିଲା। ମାତ୍ର ଭିଏଲଡବ୍ଲୁ ସ୍ମିତାରାଣୀ ଧୋଇହେବା ପାଇଁ ଗେଷ୍ଟହାଉସ୍‌ ଉପର ମହଲାରେ ଥିବା ଗାଧୁଆ ଘରକୁ  ଯାଇଥିଲେ। ସେଠାରେ ତାଙ୍କ ଓଢ଼ଣି ଫ୍ୟାନ୍‌ରେ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ସରପଞ୍ଚ ସ୍ୱାମୀ ଭଦ୍ର ସଫେଇ ଦେଇଥିଲା,  ଯାହାକୁ ନେଇ ସନ୍ଦେହ ହେବା ସହିତ ପୁଲିସ ତଦନ୍ତ ଆରମ୍ଭ କରି ଆଜି ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖିଛି।

By amfnews

Related Post