Mon. Aug 17th, 2026

ଭାରରେ ବୁହାହେଲେ ୧୮କିମି, କଷ୍ଟରେ ମେଡ଼ିକାଲ ପହଞ୍ଚିଲେ ବଣ୍ଡା ମହିଳା

413 Views

ଏଥିପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମୋବାଇଲ ନେଟୱର୍କ ନଥିବାରୁ ଯୋଗାଯୋଗ ହୋଇପାରି ନଥିଲା। ଯାହାଫଳରେ ବାଧ୍ୟ ହୋଇ ଗୋଟିଏ ବାଉଁଶରେ ଭାର କରି ମୁଦୁଲିପଡ଼ା ମେଡିକାଲକୁ ବାହାରିଥିଲେ। ଝିପଝିପ୍ ବର୍ଷାରେ ପରିବାର ଓ ସଂପର୍କୀୟ ପ୍ରାୟ ୪କିଲୋମିଟର ଦୂରରେ ଥିବା ମୁଦୁଲିପଡ଼ା ମେଡିକାଲରେ ପହଞ୍ଚିଥିଲେ। ପ୍ରାଥମିକ ଚିକିତ୍ସା ପରେ ବି ସ୍ବାସ୍ଥ୍ୟ ଅବସ୍ଥାରେ ବିଶେଷ ପରିବର୍ତନ ନହେବାରୁ ଖଇରପୁଟ ମେଡିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଏଠାରେ ବି ଅନୁରୂପ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଶୁକ୍ରିଙ୍କ ପରିବାର ଲୋକ। ମୋବାଇ‌ଲ ନେଟୱର୍କ ନଥିବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିପାରି ନଥିଲେ। ଏହାପରେ ପୁଣି ‌ଭାର କରି ୧୪ କିଲୋମିଟର ଦୂରରେ ଥିବା ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚାଲି ଚାଲି ମେଡିକାଲକୁ ଯାଇଥିଲେ। ଶେଷ ଖବର ସୁଦ୍ଧା ଶୁକ୍ରିଙ୍କ ଚିକିତ୍ସା ଚାଲିଥିଲା। ହେଲେ ତାଙ୍କୁ କ’ଣ ହୋଇଛି ସେନେଇ କିଛି ଡାକ୍ତର ସ୍ପଷ୍ଟ କରିପାରି ନାହାନ୍ତି।

By amfnews

Related Post