Fri. Jul 3rd, 2026

ଭାରତ ସହ ଆମେରିକାର ସମ୍ପର୍କ ଭଲ : ହ୍ୱାଇଟ୍ ହାଉସ୍

197 Views

ଓ୍ୱାଶିଂଟନ  : ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତ ସରକାର ସହିତ ଆମେରିକାର ଭଲ ସମ୍ପର୍କ ରହିଛି ଏହଂ ଏହା ଆଗକୁ ବଢ଼ୁଛି। ଗୁରୁବାର ହ୍ୱାଇଟ୍ ହାଉସର କାଉନସେଲର କେଲ୍ଲାୟାନ୍ନେ କୋନଓ୍ୱେ ଗତକାଲି ଏକ  ପ୍ରେସ୍ କନଫରେନସରେ ଏହା କହିଛନ୍ତି। କଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଦେଇଥିବା ମନ୍ତବ୍ୟକୁ ଭାରତ ବିରୋଧ କରୁଛି ବୋଲି ଗଣମାଧ୍ୟମ ପ୍ରତିନିଧି ପଚାରିଥିବା ପ୍ରଶ୍ନର ଏପରି ଉତ୍ତର ରଖିଛି ହ୍ୱାଇଟ୍ ହାଉସ୍।

ଗତ ସପ୍ତାହରେ ହ୍ୱାଇଟ୍ ହାଉସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସହ ମିଳିତ ପ୍ରେସ୍ କନଫରେନ୍ସ ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ କଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ତାଙ୍କୁ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

ନିକଟରେ ଜି-୨୦ ସମ୍ମିଳନୀରେ ମୋଦି ଦେଖା ହୋଇ ଏହା କହିଥିଲେ ବୋଲି ଟ୍ରମ୍ପ କହିଥିଲେ। ଯାହାକୁ ନେଇ ଦେଶରେ ବିବାଦ ଦେଖାଦେଇଛି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏ ନେଇ ସଫେଇ ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ଟ୍ରମ୍ପଙ୍କୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ କହି ନାହାନ୍ତି।

By amfnews

Related Post