Mon. May 20th, 2024

ଭାରତ-ବ୍ରାଜିଲ-ଆର୍ଜେଣ୍ଟିନାକୁ ବିମାନ ଉଡାଣ ସେବା କଟକଣା ଲଗାଇଲା ସାଉଦୀ ଆରବ

By amfnews Sep 24, 2020 #Featured
145 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୪ :  କରୋନା ଭାଇରସ ବୃଦ୍ଧିକୁ ଦେଖି ଭାରତରୁ ଆସୁଥିବା ଓ ଭାରତକୁ ଯାଉଥିବା ବିମାନ ଉଡାଣ ଉପରେ ସାଉଦୀ ଆରବ କଟକଣା ଲଗାଇଛି । ଭାରତ ସହିତ ବ୍ରାଜିଲ ଓ ଆର୍ଜେଣ୍ଟିନାରୁ ମଧ୍ୟ ଯାତ୍ରୀଙ୍କର ଯିବା ଆସିବା ନେଇ କଟକଣା ଲାଗିଛି । ସାଉଦୀ ଆରବର ବେସାମରିକ ବିମାନ ଉଡାଣ ଚଳାଚଳ ପର୍ତ୍ତୃପକ୍ଷ ଦ୍ୱାରା ଜାରି ଏକ ଆଦେଶରେ କୁହାଯାଇଛି ଯେ, କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଭାରତ, ବ୍ରାଜିଲ ଓ ଆର୍ଜେଣ୍ଟିନା ଯିବା-ଆସିବା କରୁଥିବା ବିମାନକୁ ଅସ୍ଥାୟୀ ଭାବେ କଟକଣା ଲାଗୁ କରାଯାଇଛି ।

ଜନ ହପିକିନ୍ସ ବିଶ୍ୱବିଦ୍ୟାଳୟ ଅନୁସାରେ ସାଉଦୀ ଆରବରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୭୯୮ ହୋଇଛି । ସାଉଦୀ ଆରବ ଓ ୟୁଏଇରେ ବଡ଼ ସଂଖ୍ୟାରେ ପ୍ରବାସୀ ଭାରତୀୟ ରହୁଛନ୍ତି । ସାଉଦୀ ସରକାରଙ୍କ ଏହି ନିଷ୍ପତ୍ତିରେ ପ୍ରବାସୀ ଭାରତୀୟଙ୍କ ଲାଗି ସଂକଟ ଉତ୍ପନ୍ନ ହୋଇପାରେ ।

ସୂଚନାଯୋଗ୍ୟ, ୟୁଏଇ ସରକାରଙ୍କ ନିୟମ ଅନୁସାରେ ଭାରତରୁ ଯାତ୍ରା କରିଥିବା ଲୋକଙ୍କୁ ଯାତ୍ରା ପୂର୍ବରୁ ୯୬ ଘଣ୍ଟା ଆଗରୁ ଆରଟି-ପିସିଆର ଟେଷ୍ଟ କରିବାକୁ ହୋଇଥାଏ । ଯାତ୍ରୀଙ୍କୁ ପାଖରେ ନେଗେଟିଭ ପ୍ରମାଣପତ୍ର ରଖିବାକୁ ହୋଇଥାଏ ।

By amfnews

Related Post