Thu. May 14th, 2026

ଭାରତ ବନ୍ଦ ମଧ୍ୟରେ କୃଷକମାନଙ୍କୁ ସମର୍ଥନ କରି ଅନ୍ନା ହଜାରେଙ୍କ ଦିନିକିଆ ଅନଶନ

401 Views

ପୁଣେ: କେନ୍ଦ୍ରର କୃଷି ଆଇନକୁ ପ୍ରତ୍ୟାହାର କରାଇନେବା ଦାବିରେ ଭାରତ ବନ୍ଦ ଡାକରା ଦେଇଥିବା କୃଷକମାନଙ୍କୁ ସମର୍ଥନ କରି ମଙ୍ଗଳବାର ଦିନ ସାମାଜିକ କର୍ମୀ ଅନ୍ନା ହଜାରେ ଦିନିକିଆ ଅନଶନରେ ବସିଛନ୍ତି।

ହଜାରେ ମଧ୍ୟ କହିଛନ୍ତି ଯେ, ଏହି ଆନ୍ଦୋଳନ ସମଗ୍ର ଦେଶକୁ ବ୍ୟାପିଗଲେ ସରକାର ଚାପରେ ପଡ଼ି କୃଷକମାନଙ୍କ ସ୍ବାର୍ଥ ନିମନ୍ତେ କାର୍ଯ୍ୟ କରିବେ। ରେକର୍ଡ କରାଯାଇଥିବା ଏକ ବାର୍ତ୍ତାରେ ହଜାରେ ଦିଲ୍ଲୀ ସୀମାନ୍ତରେ ଚାଲିଥିବା କୃଷକମାନଙ୍କ ଆନ୍ଦୋଳନକୁ ପ୍ରଶଂସା କରି କହିଛନ୍ତି ଗତ ୧୦ ଦିନ ହେବ ଚାଲିଥିବା ଏହି ଆନ୍ଦୋଳନରେ କୌଣସି ହିଂସାକାଣ୍ଡ ଘଟିନାହିଁ।

Image Courtesy of ANI

ମହାରାଷ୍ଟ୍ରର ଅହମଦ ନଗର ଜିଲ୍ଲା ଅନ୍ତର୍ଗତ ରାଲେଗାଁ ସିଦ୍ଧି ଗାଁରେ ଅନଶନରେ ବସିଥିବା ହଜାରେ କହିଛନ୍ତି, ଦେଶବାସୀଙ୍କୁ ମୋର ନିବେଦନ, ଦିଲ୍ଲୀରେ ଚାଲିଥିବା ଏହି ଆନ୍ଦୋଳନ ସମଗ୍ର ଦେଶକୁ ବ୍ୟାପିଯିବା ଉଚିତ। ସରକାରଙ୍କୁ ଚାପଗ୍ରସ୍ତ କରିବା ପରିସ୍ଥିତି ସୃଷ୍ଟି ହେବା ଉଚିତ। ଏଥିପାଇଁ ଚାଷୀମାନେ ରାସ୍ତାକୁ ଚାଲିଆସିବା ଆବଶ୍ୟକ। କିନ୍ତୁ, ଏଥିପାଇଁ କେହି ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହିବା ଅନୁଚିତ।

ସେ କହିଛନ୍ତି, ଆନ୍ଦୋଳନ କରି ସେମାନଙ୍କର ସମସ୍ୟାକୁ ସମାଧାନ କରିବା ନିମନ୍ତେ ଏହା ହେଉଛି କୃଷକମାନଙ୍କ ନିମନ୍ତେ ଉପଯୁକ୍ତ ସମୟ।

By amfnews

Related Post