Sun. Sep 27th, 2026

ଭାରତ ପାମୋଲିଭ୍‌ ତେଲ ବର୍ଜନ ବିଷୟରେ ମାଲେସିଆ ପ୍ରଧାନମନ୍ତ୍ରୀ କହିଲେ: ଆମେ ଛାର, ବାଣିଜ୍ୟରେ କି କଟକଣା ଗ୍ରହଣ କରିବୁ

183 Views

ଲଗ୍‌କାଓ୍ଵି : ଭାରତ ପାମୋଲିଭ୍‌ ତେଲ ଆମଦାନି ବର୍ଜନ କରିବା ପ୍ରସଙ୍ଗରେ ମାଲେସିଆ କୌଣସି ପ୍ରତିଶୋଧାତ୍ମକ ବ୍ୟାବସାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବ ନାହିଁ ବୋଲି ସୋମବାର ଦିନ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ କହିଛନ୍ତି।

ମାଲେସିଆର ପଶ୍ଚିମ ଉପକୂଳ ଅନ୍ତର୍ଗତ ରିସର୍ଟ ଦ୍ୱୀପ ‘ଲଙ୍ଗକାଓ୍ଵି’ ଠାରେ ସାମ୍ବାଦିକମାନଙ୍କୁ ମହାଥିର କହିଛନ୍ତି: ଆମେ ଛାର, ଏଥିରେ କି ପ୍ରକାର ବାଣିଜ୍ୟିକ କଟକଣା ଲାଗୁ କରିବୁ। ଅସୁବିଧା ଏଡ଼ାଇବାକୁ ଆମକୁ ଆଉ କିଛି ଉପାୟ କରିବାକୁ ପଡ଼ିବ। କଶ୍ମୀର ନୀତି ବିଷୟରେ ନୂଆଦିଲ୍ଲୀକୁ ସମାଲୋଚନା କରି ମହାଥିର ବିବୃତି ଦେବାରୁ ଏ ମାସରେ ଭାରତ ମାଲେସିଆରୁ ପାମୋଲିଭ୍‌ ତେଲ ଆମଦାନି ସ୍ଥଗିତ କରି ଦେଇଛି।

ଗତ ଅକ୍ଟୋବର ମାସରେ ମହାଥିର କହିଥିଲେ ଯେ ଭାରତ ମାଲେସୀୟ ପାମୋଲିଭ୍‌ ତେଲ ଆମଦାନି ବନ୍ଦ କରି ଦେଲେ ମଧ୍ୟ ସେ ନୂଆଦିଲ୍ଲୀକୁ କରିଥିବା ସମାଲୋଚନା ପ୍ରତ୍ୟାହାର କରିବେ ନାହିଁ।

ଏଠାରେ ପ୍ରକାଶଯୋଗ୍ୟ କି, ଭାରତ ହେଉଛି ବିଶ୍ୱର ସର୍ବବୃହତ୍‌ ଖାଇବା ତେଲ ଆମଦାନିକାରୀ ଦେଶ। ଭାରତ ଇଣ୍ଡୋନେସିଆରୁ ପାମୋଲିଭ୍‌ ତେଲ, ଆର୍ଜେଣ୍ଟିନା ଓ ବ୍ରାଜିଲ୍‌ରୁ ସୋୟାବିନ୍‌ ତେଲ ଏବଂ ୟୁକ୍ରେନ୍‌ରୁ ସୂର୍ଯ୍ୟମୁଖୀ ତେଲ ଆମଦାନି କରିଥାଏ।

By amfnews

Related Post