Mon. May 20th, 2024

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ରଘୁରାମ ରାଜନ୍‍ଙ୍କ କଡ଼ା ତାଗିଦା

By amfnews Apr 8, 2015
235 Views

ମୁମ୍ବଇ, ୭ ।୪ (ପିଟିଆଇ)- ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ରଘୁରାମ ରାଜନ୍‍ଙ୍କ କଡ଼ା ତାଗିଦା ପରେ ଦେଶର ସବୁଠାରୁ ବଡ଼ ବାଣିଜି୍ୟକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‍ ଇଣ୍ଡିଆ (ଏସ୍‍ବିଆଇ) ଏବଂ ପ୍ରମୁଖ ଘରୋଇ ବ୍ୟାଙ୍କ ଏଚ୍‍ଡିଏଫ୍‍ସି ଋଣ ଉପରେ ସୁଧର ସେମାନଙ୍କ ଆଧାର ଦର (ବେସ ରେଟ୍‍)ରେ ୦.୧୫ ପ୍ରତିଶତ ହ୍ରାସ କରି ଏହାକୁ ୯.୮୫ ପ୍ରତିଶତ କରିଛନ୍ତି । ଏହାଛଡା ଘରୋଇ କ୍ଷେତ୍ରରେ ସବୁଠାରୁ ବଡ଼ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ସୁଧହାର ହ୍ରାସ ଘୋଷଣା କରିଛି । ଆଇସିଆଇସିଆଇ ବ୍ୟାଙ୍କ ସୁଧହାରରେ ୦.୨୫% ହ୍ରାସ କରି ଏହାକୁ ୯.୭୫% କରିଛି । ମଙ୍ଗଳବାର ରାତିରେ ବ୍ୟାଙ୍କଗୁଡିକଙ୍କ ଏଭଳି ଘୋଷଣା ପରେ କର୍ପୋରେଟ୍‍ ଓ ଖୁଚୁରା ଗ୍ରାହକଙ୍କୁ ସୁଧ ଉପରେ କିଛିଟା ଆଶ୍ୱସ୍ତି ମିଳିବ । ଏକବର୍ଷରୁ ଅଧିକ ସମୟ ପରେ ବ୍ୟାଙ୍କଦ୍ୱାରା ଏହି ସୁଧହାର ହ୍ରାସ କରାଯାଇଛି ବୋଲି କୁହାଯାଉଛି । ମଙ୍ଗଳବାର ସନ୍ଧ୍ୟାରେ ପ୍ରଥମେ ଏସ୍‍ବିଆଇ ସୁଧହାର ଶସ୍ତା କରିବା ଘୋଷଣା କରିଥିଲା । ଏହା ପରେପରେ ଏଚ୍‍ଡିଏଫ୍‍ସି ଓ ଆଇସିଆଇସିଆଇ ବ୍ୟାଙ୍କ ସୁଧହାର ହ୍ରାସ କରିଛନ୍ତି । ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ଏହି ପଦାଙ୍କ ଅନୁସରଣ କରି ଖୁବ୍‍ଶୀଘ୍ର ସୁଧହାର ହ୍ରାସ କରିବେ ବୋଲି ଆଶା କରାଯାଉଛି । ଏସ୍‍ବିଆଇର ଅଧ୍ୟକ୍ଷ ଅରୁନ୍ଧତି ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ନୂଆ ଦର ଏପ୍ରିଲ ୧୦ରୁ ଲାଗୁ ହେବ ।
ସୂଚନାଯୋଗ୍ୟ ଯେ ରିଜର୍ଭ ବ୍ୟାଙ୍କ ମଙ୍ଗଳବାର ଆର୍ଥିକ ନୀତିର ସମୀକ୍ଷା ଅବସରରେ ରେପୋ ରେଟ୍‍କୁ ୭.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି । ତେବେ ଜାନୁୟାରୀଠାରୁ ରେପୋ ଦରରେ ଦୁଇଥର ୦.୨୫% ଓ ୦.୨୫% ହ୍ରାସ କରିଥିଲେ । ଏହାସତ୍ତ୍ୱେ ଖୁବ୍‍ କମ୍‍ ବ୍ୟାଙ୍କ ସେମାନଙ୍କ ଆଧାର ଦର ହ୍ରାସ କରିଥିଲେ । ତେବେ ଅଧିକାଂଶ ବ୍ୟାଙ୍କ ରେପୋ ଦର ୦.୫୦% ହ୍ରାସ ସତ୍ତ୍ୱେ ଏହାର ଲାଭ ଗ୍ରାହକଙ୍କୁ ନଦେବାରୁ ଆରବିଆଇ ଗଭର୍ଣ୍ଣର ରାଜନ୍‍ ସେମାନଙ୍କୁ ମଙ୍ଗଳବାର ସମାଲୋଚନା କରିଥିଲେ । ଏହାର ତୁରନ୍ତ ପ୍ରଭାବ ଦେଖିବାକୁ ମିଳିଛି ଏବଂ ବ୍ୟାଙ୍କଗୁଡିକ ତତ୍‍କ୍ଷଣାତ ସୁଧହାର କମାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ଆର୍ଥିକ ନୀତିର ସମୀକ୍ଷା ଅବସରରେ ଆରବିଆଇ ରେପୋ ରେଟ୍‍କୁ ୭.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି । ଚଳିତ ବର୍ଷ ପ୍ରଥମ ଭାଗରେ ରାଜନ୍‍ ପଛକୁ ପଛ ଦୁଇଥର ଧାର୍ଯ୍ୟ ସମୀକ୍ଷା ପୂର୍ବରୁ ରେପୋ ରେଟ୍‍ ହ୍ରାସ କରିବାପରେ ଚଳିତ ଥର ତାହା ସ୍ଥିର ରହିପାରେ ବୋଲି ସୂଚନା ଦେଇଥିଲେ । ପୂର୍ବରୁ ଆର୍‍ବିଆଇ ପକ୍ଷରୁ କରାଯାଇଥିବା ହ୍ରାସକୁ ବ୍ୟାଙ୍କଗୁଡିକ କାର୍ଯ୍ୟକାରୀ କରିବା, ସମ୍ପ୍ରତି ଦେଶର ବିଭିନ୍ନ ଭାଗରେ ଦେଖାଦେଇଥିବା ଭୀଷଣ ବର୍ଷା ବିପôାତର କୃଷି କ୍ଷେତ୍ର ଉପରେ ପଡିଥିବା ପ୍ରଭାବ ତଥା ମୋ÷ସୁମୀ ସମ୍ଭାବନା ସମ୍ପର୍କରେ ନିର୍ଦ୍ଧିଷ୍ଟ ସୂଚନାକୁ ଅପେକ୍ଷା କରାଯାଉଛି ବୋଲି ରାଜନ୍‍ କହିଛନ୍ତି । ଏଥିସହିତ ମଙ୍ଗଳବାର ଆର୍ଥିକ ନୀତିର ସମୀକ୍ଷା ଅବସରରେ କ୍ୟାସ ରିଜର୍ଭ ରେସିଓ (ସିଆରଆର)କୁ ମଧ୍ୟ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । ସିଆରଆର ହେଉଛି ବ୍ୟାଙ୍କଗୁଡିକ ଯେତିକି ପରିମାଣର ଅର୍ଥ ରିଜର୍ଭ ବ୍ୟାଙ୍କ ନିକଟରେ ଜମା ରଖିବାକୁ ବାଧ୍ୟ ଅଟନ୍ତି । ଆର୍‍ବିଆଇର ଏହି ଘୋଷଣା ପରେ ଦେଶରେ ବାସଗୃହ ଓ ଯାନବାହନ ଋଣ ଉପରେ ସୁଧହାର ହ୍ରାସ ପାଇବା ନେଇ ଯେଉଁ ଆଶା କରାଯାଉଥିଲା ସେଥିରେ ଅବସାନ ଘଟିଛି । ଏବେ ତାହା ଆଉ କମିବନାହିଁ ବୋଲି ବିଶ୍ଳେଷକମାନେ କହିଛନ୍ତି ।
ଶ୍ରେଇ ଇନ୍‍ଫ୍ରାର ଗ୍ରୁପ ସିଇଓ ମୋସେସ ହାର୍ଡିଂ କହିଛନ୍ତି ଯେ ରଘୁରାମ ରାଜନ୍‍ ରକ୍ଷଣଶୀଳ ଭାବେ ପଦକ୍ଷେପ ନେଇଛନ୍ତି । ଏହି ନୀତିରେ ସେଭଳି କିଛି ବିଶେଷତ୍ୱ ନାହିଁ । ବିଶ୍ଳେଷକଙ୍କ କହିବା କଥା ଯେ ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ପ୍ରଥମ ଭାଗରେ ଦୁଇଥର ରେପୋ ରେଟ୍‍ ହ୍ରାସ କରିଥିଲେ ମଧ୍ୟ ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସ୍‍ବିଆଇ ଓ ସର୍ବବୃହତ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ସୁଧହାର ହ୍ରାସ କରିନାହାନ୍ତି । ଫଳସ୍ୱରୂପ ଋଣ ଉପରେ ସୁଧହାର ଏବେମଧ୍ୟ ଦୁଇ ଅଙ୍କ ରହିଛି ଏବଂ ତାହା ଋଣ ଅଭିବୃଦ୍ଧି କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଛି । ରାଜନ୍‍ କହିଛନ୍ତି ଯେ ଆରବିଆଇ ତାହାର ଆର୍ଥିକ ନୀତିରେ କୋ÷ଣସି ପରିବର୍ତ୍ତନ କରିନଥିଲେ ମଧ୍ୟ ଅର୍ଥନୀତିକୁ ଅଭିବୃଦ୍ଧି ପଥରେ ଆଗେଇନେବା ସକାଶେ ଆବଶ୍ୟକ ପଦକ୍ଷେପ ନିଆଯିବାରେ କୋ÷ଣସି କୁଣ୍ଠା ପ୍ରକାଶ କରାଯିବ ନାହିଁ ।

By amfnews

Related Post