Sat. Jul 4th, 2026

ଭାରତର ନିଷ୍ପତ୍ତି ପାକିସ୍ତାନକୁ ବାଧିଲା

169 Views

ଇସ୍‌ଲାମାବାଦ: ଆଜି ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଏଥିସହ ଜମ୍ମୁ-କଶ୍ମୀରକୁ ରାଜ୍ୟ ବଦଳରେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେବାକୁ ସଂକଳ୍ପ ଆଗତ କରିଛନ୍ତି। ଏହାବାଦ୍‌ ଜମ୍ମୁ-କଶ୍ମୀରରୁ ଲଦାଖ ମଧ୍ୟ ଅଲଗା ହେବ। ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନ ରାଷ୍ଟ୍ରପତି ବିରୋଧ କରିଛନ୍ତି।

ପାକିସ୍ତାନ ରାଷ୍ଟ୍ରପତି ଟ୍ୱିଟ୍‌ କରି କହିଛନ୍ତି, “ଭାରତ ସରକାର ପୁଣିଥରେ ଭାରତ ଅଧିକୃତ ଜମ୍ମୁ-କଶ୍ମୀରର ଷ୍ଟାଟସକୁ ବଦଳାଇବା ପାଇଁ ଚେଷ୍ଟା କରିଛନ୍ତି। ଏହା ଜାତୀୟ ସୁରକ୍ଷା ପରିଷଦ ପ୍ରଣୟନ କରିଥିବା ସଂକଳ୍ପକୁ ଉଲ୍ଲଙ୍ଘନ କରୁଛି। ଏଥିସହ କଶ୍ମୀର ଲୋକଙ୍କ ଇଚ୍ଛା ବିରୋଧରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ ସର୍ବଦା କଶ୍ମୀରବାସୀଙ୍କ ଇଚ୍ଛା ଥିବା ଶାନ୍ତିପୂର୍ଣ୍ଣ ସଂକଳ୍ପ କଥା ଚିନ୍ତା କରି ଆସୁଛି। କଶ୍ମୀରବାସୀଙ୍କ ସହ ଆମେ ଏହି ଘଡ଼ସନ୍ଧି ମୁହୂର୍ତ୍ତରେ ଛିଡ଼ା ହୋଇଛୁ।”

By amfnews

Related Post