Wed. Aug 19th, 2026

ଭରତପୁରରେ ରାଲି ପାଇଁ ରାହୁଲଙ୍କୁ ମିଳିଲାନି ଅନୁମତି

404 Views

ଜୟପୁର: ଅକ୍ଟୋବର ୯ ତାରିଖରେ ରାଜସ୍ଥାନରେ  ନିର୍ବାଚନ ରାଲି କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଅନୁମତି ମିଳିନାହିଁ। ଏହି ରାଲି ଭରତପୁରରେ ହେବ ବୋଲି ଯୋଜନା କରାଯାଇଥିଲା। ଭରତପୁର  ସବ୍‌-ଡିଭିଜିନାଲ୍‌ ମାଜିଷ୍ଟ୍ରେଟ୍‌(ଏସ୍‌ଡିଏମ୍‌) ଜଗଦିଶ ଆର୍ଯ୍ୟା ଏହି ଅନୁମତି ପ୍ରଦାନ କରିବାକୁ ମନା କରି ଦେଇଛନ୍ତି।  ରାହୁଲ୍‌ ଗାନ୍ଧୀ ଅକ୍ଟୋବର ୮ ଓ ୯ରେ  ଭରତପୁର ସମେତ ଢୋଲପୁର, ଦଉସା ଜିଲ୍ଲାକୁ ମିଶାଇ ସମୁଦାୟ ୨୫୦ କିଲୋମିଟର ରାସ୍ତାରେ ରାଲି କରିବା ପାଇଁ ସ୍ଥିର କରିଥିଲେ।

ଏହି ୩ଟି ଜିଲ୍ଲାରେ ୧୬ଟି ବିଧାନସଭା ଆସନ ରହିଛି। ଏହି ଅଞ୍ଚଳରେ ବିଜେପିର ସଂଖ୍ୟା ଗରିଷ୍ଠତା ରହିଛି। ବୟାନାରେ ରାହୁଲ ରାଲି ପ୍ରଚାର କରିବା ପାଇଁ ଯେଉଁ ପଡ଼ିଆକୁ ସ୍ଥିର କରିଥିଲେ ସେହି ପଡ଼ିଆର ମାଲିକଙ୍କ ନିକଟରୁ ଏନ୍‌ଓସି ସାର୍ଟିଫିକେଟ ଆଣି ଦେବାକୁ ଏସ୍‌ଡିଏମ୍‌  କଂଗ୍ରେସ କର୍ମକର୍ତ୍ତାଙ୍କୁ କହିଥିଲେ। ମାତ୍ର କଂଗ୍ରେସ କର୍ମକର୍ତ୍ତା ଏନ୍‌ଓସି ସାର୍ଟିଫିକେଟ୍‌ ଦେଇ ନ ଥିବା ସୂଚନା ରହିଛି।

ରାହୁଲ ରାଜସ୍ଥାନକୁ ୨ ଦିନିଆ ଗସ୍ତରେ ଯିବେ। ଅକ୍ଟୋବର ୯ରେ ଢୋଲପୁରଠାରେ ଦଳୀୟ କର୍ମୀଙ୍କ ବୈଠକର ଆୟୋଜନ ହୋଇଛି। ପରଦିନ ଗାନ୍ଧୀଙ୍କ ଜୟପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି  ବୋଲି ଗତ ସପ୍ତାହରେ ରାଜସ୍ଥାନର କଂଗ୍ରେସ ଅଧ୍ୟକ୍ଷ ସଚିନ ପାଇଲଟ କହିଥିଲେ।

By amfnews

Related Post