Sat. Oct 17th, 2026

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ୍‌ ସାମ୍ନାସାମ୍ନି ଧକ୍କା: ଡ୍ରାଇଭର୍‌ ମୃତ

243 Views

ଭଦ୍ରକ: ଶୁକ୍ରବାର ଭୋର୍‌ ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ ଦୁଇଟି ପଣ୍ୟବାହୀ ଟ୍ରକ୍‌ ସାମ୍ନାସାମ୍ନି ଧକ୍କା ଲାଗିବା କାରଣରୁ ଗୋଟିଏ ଟ୍ରକ୍‌ର ଚାଳକଙ୍କ ମୃତ୍ୟୁ ଘଟିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଘନ କୁହୁଡ଼ି ହିଁ ଦୁର୍ଘଟନାର କାରଣ। ଗୋଟିଏ ଟ୍ରକ୍‌ ଭୁବନେଶ୍ୱରରୁ ବାଲେଶ୍ୱର ଆଡୁକୁ ଯାଉଥିଲା ଏବଂ ଅନ୍ୟ ବସ୍‌ଟି ବାଲେଶ୍ୱରରୁ ଭୁବନେଶ୍ୱର ଆଡ଼କୁ ଯାଉଥିଲା ବେଳେ ଭଦ୍ରକ-ବାଲେଶ୍ୱର ରାସ୍ତା ଅନ୍ତର୍ଗତ ହାଇଟେକ୍‌ ଇଞ୍ଜିନିୟରିଂ କଲେଜ ଛକ ନିକଟରେ ଦୁର୍ଘଟନା ଘଟିଥିଲା। କୁହାଯାଉଛି ସେଥିରୁ ଗୋଟିଏ ଟ୍ରକ୍‌ କଟ୍‌େଓ୍ଵରେ ଲେନ୍‌ ପରିବର୍ତ୍ତନ କରି ଯାଉଥିବା ବେଳେ ଅନ୍ୟ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ଖାଇଥିଲା। ମୃତ ବ୍ୟକ୍ତିଜଣକ ହେଉଛନ୍ତି ବାଲେଶ୍ୱର ଆଡ଼କୁ ଯାଉଥିବା ଟ୍ରକ୍‌ର ଡ୍ରାଇଭର୍‌। ମୃତ ଆନ୍ଧ୍ରପ୍ରଦେଶୀ ଡ୍ରାଇଭର୍‌ଙ୍କର ପରିଚୟ ମିଳିନାହିଁ।

ଭଦ୍ରକ ଦମକଳ ବାହିନୀ ତାଙ୍କ ଶବକୁ ଦୁର୍ଘଟନାଗ୍ରସ୍ତ ଟ୍ରକ୍‌ରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଛି। ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଘଟନାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post