Mon. Sep 14th, 2026

ଭଦ୍ରକ: ପୁରୀରୁ କୋଲ୍‌କାତା ଯାଉଥିବା ବସ୍‌ ଦୁର୍ଘଟନା ଘଟି ୧୦ ଯାତ୍ରୀ ଆହତ

340 Views

ଭଦ୍ରକ: ରବିବାର ବିଳମ୍ବିତ ରାତ୍ରୀରେ ୧୬ ନମ୍ବର ଜାତୀୟ ରାଜପଥର ଅସୁରା ଛକ ନିକଟରେ ଗୋଟିଏ ବସ୍‌ ଏବଂ ଡମ୍ପର୍‌ ଟ୍ରକ୍‌ ମଧ୍ୟରେ ଧକ୍କା ଲାଗିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଆହତ ବ୍ୟକ୍ତିମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ବୋଲି ଜଣାପଡ଼ିଛି। ସେମାନେ ହେଉଛନ୍ତି ପଶ୍ଚିମବଙ୍ଗ ଅନ୍ତର୍ଗତ ଟାଲିଗଞ୍ଜ ଅଞ୍ଚଳର ସପନ ଚୌଧୁରୀ, ସିପ୍ରା ଚୌଧୁରୀ, ଏମ୍‌. ଡି. କାମୁଏଲ୍‌, ଶ୍ୟାମ ନାରାୟଣ। ଚିକିତ୍ସା ନିମନ୍ତେ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଡମ୍ପର୍‌ ଟ୍ରକ୍‌ଟି ରାଜପଥ କଡ଼ରେ ଠିଆ ହୋଇଥିବା ବେଳେ ପୁରୀରୁ ଯାତ୍ରୀ ନେଇ କୋଲ୍‌କାତା ଅଭିମୁଖେ ଯାତ୍ରା କରୁଥିବା ଘରୋଇ ବସ୍‌ ତା’ ‘ଡଲ୍‌ଫିନ୍‌’ ପଛରେ ଧକ୍କା ଖାଇଥିଲା।

By amfnews

Related Post