Mon. May 20th, 2024

ଭଦୋଦରାରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା: ୩ ମୃତ, ଉଦ୍ଧାର କାର୍ଯ୍ୟ ଜାରି

By amfnews Sep 29, 2020 #Featured
117 Views

ଭଦୋଦରା, ସେପ୍ଟେମ୍ବର ୨୯ : ଗୁଜୁରାଟର ଭଦୋଦରା ଠାରେ ନିର୍ମାଣାଧୀନ ଏକ କୋଠା ଭୁଶୁଡ଼ିପଡ଼ିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକମାନେ ଶ୍ରମିକ ବୋଲି କୁହାଯାଉଛି । ସୂଚନା ମିଳିବା ପରେ ପ୍ରଶାସନ ଘଟଣାସ୍ଥଳରେ ପହଂଚିଛି । ସେହିପରି ଦମକଳ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କୋଠା ତଳେ ଚାପି ହୋଇଯାଇଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାେ ଭଦୋଦରାର ବାୱାମାନପୁରା ଅଂଚଳରେ ନିର୍ମାଣାଧୀନ କୋଠା ଅଚାନକ ଭୁଶୁଡ଼ିପଡ଼ିଥିଲା । ରିପୋର୍ଟ ଅନୁସାରେ ସ୍ଥାନୀୟ ଲୋକେ ପୂର୍ବରୁ କହିଥିଲେ ଯେ, କୋଠା ଢ଼ଳିକି ଅଛି । ଏ ନେଇ ଅଭିଯୋଗ ମଧ୍ୟ ହୋଇଥିଲା । କିନ୍ତୁ ପ୍ରଶାସନ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା । ସେମାବାର ରାତି ଅଚାନକ କୋଠା ଭୁଶୁଡ଼ିପଡ଼ିଛି । ଫଳରେ ଶ୍ରମିକମାନଙ୍କର ମୃତ୍ୟୁ ହୋଇଛି । ସୂଚନା ମିଳିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିଛି । କୋଠା ତଳୁ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଗତ ୨୧ ତାରିଖ ଭୋର ସକାଳୁ ଭୁଶୁଡ଼ି ପଡ଼ିଥିବା ୩ ମହଲା କୋଠାରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ଥାଣେ ଜିଲ୍ଲାର ଭିୱଣ୍ଡିରେ ହୋଇଥିବା ଏହି କୋଠା ଭୁଶୁଡ଼ିବା ଘଟଣାରେ ଆହୁରି କିଛି ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଘଟଣା ଦିନ ପାଖାପାଖି ୨୦ ଜଣ ଲୋକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସୂଚନା ମିଳିବା ପରେ ଏନଡିଆରଏଫ ଟିମର ୨ଟି ଉଦ୍ଧାରକାରୀ ଟିମ ପହଂଚି ଉଦ୍ଧାର କାଯ୍ୟରେ ଲାଗିପଡ଼ିଥିଲେ ।

By amfnews

Related Post