Fri. May 15th, 2026

ଭଙ୍ଗା ହେବ ଚନ୍ଦ୍ରବାବୁ ନାଇଡୁଙ୍କ ଅମରାବତୀ ବାସଭବନ; ଖାଲି କରିବାକୁ ନୋଟିସ୍‌ ଦେଲେ ଜଗନ ସରକାର

220 Views

ହାଇଦ୍ରାବାଦ: ଅମରାବତୀସ୍ଥିତ ଚନ୍ଦ୍ରବାବୁ ନାଇଡୁଙ୍କ ବାସଭବନ ଅନୈତିକ ଭାବେ ନିର୍ମିତ ହୋଇଥିବାରୁ ତାହାକୁ ଭଙ୍ଗାଯିବ। ସେ ଘର ଖାଲି କରିବା ପାଇଁ ଜଗନମୋହନ ରେଡ୍ଡୀ ସରକାରଙ୍କ ତରଫରୁ ତାଙ୍କୁ ନୋଟିସ୍‌ ଦିଆଯାଇଛି।

କୃଷ୍ଣା ରିଭର୍‌ସାଇଡ୍‌ ସିଡେନ୍‌ସ୍‌ରେ ଚନ୍ଦ୍ରବାବୁ ନାଇଡୁ ବାସ କରନ୍ତି। ସେ କୋଠାଟି ବେଆଇନ ଭାବେ ନିର୍ମିତ ହୋଇଛି ଏବଂ ତାହାକୁ ଭାଙ୍ଗି ଦିଆଯିବ ବୋଲି ଚନ୍ଦ୍ରବାବୁ ନାଇଡୁଙ୍କ ବାସଭବନରେ ନୋଟିସ ପହଞ୍ଚିଛି। ନୋଟିସ ଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରକୁ ସରକାରୀ କର୍ମଚାରୀମାନେ ଯାଇଥିଲେ।

ଏହି ସମ୍ପତ୍ତିର ମାଲିକ ହେଉଛନ୍ତି ଲିଙ୍ଗମାନେନି ଇଷ୍ଟେଟ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌। ତାଙ୍କର ଚନ୍ଦ୍ରବାବୁ ନାଇଡୁ, ଜନ ସେନା ମୁଖ୍ୟ କଲ୍ୟାଣ ଏବଂ କେତେକ ଓ୍ଵାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର କେତେକ ନେତାଙ୍କ ସହ ଉତ୍ତମ ସମ୍ପର୍କ ରହିଛି। ତେଲୁଗୁ ଦେଶମ୍‌ ପାର୍ଟିର ନେତାମାନେ ଚନ୍ଦ୍ରବାବୁଙ୍କ ପାଇଁ ଅଲଗା ବାସଭବନ ଖୋଜାଖୋଜି କରୁଛନ୍ତି।

ଆନ୍ଧ୍ରପ୍ରଦେଶ କ୍ୟାପିଟାଲ୍‌ ରିଜନ୍‌ ଡେଭେଲପ୍‌ମେଣ୍ଟ୍‌ ଅଥରିଟି ଅମରାବତୀର ଉଡ଼ାବାଲ୍ଲି ଅଞ୍ଚଳର କୃଷ୍ଣା ନଦୀ ଶଯ୍ୟାରେ ନିର୍ମିତ ସରକାରୀ ଅଟ୍ଟାଳିକା ‘ପ୍ରଜା ବେଦୀକା’ ଭଙ୍ଗା ଯିବାର ଦୁଇ ଦିନ ପରେ ଏହି ନୋଟିସ ମିଳିଛି।

By amfnews

Related Post