Sat. Apr 25th, 2026

ଭଗବାନ ରାମ ସର୍ବ ବିଦ୍ୟାମାନ,ଅଯୋଧ୍ୟାରେରେ ମନ୍ଦିର କାହିଁକି ତୋଳା ଯି

419 Views

ନୂଆଦିଲ୍ଲୀ: ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ପ୍ରସଙ୍ଗରେ ପୁଣି ଥରେ ମୁହଁ ଖୋଲିଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା। ଫାରକ୍‌ ଅବଦୁଲ୍ଲା କହିଛନ୍ତି ଭଗବାନ ରାମ ସର୍ବ ବିଦ୍ୟମାନ ଏବଂ ସେ ସମଗ୍ର ଜଗତର ଦେବତା। ତେଣୁ ତାଙ୍କ ପାଇଁ ଅଯୋଧ୍ୟାରେରେ ମନ୍ଦିର ନିର୍ମାଣ କରିବା ଜରୁରୀ ନୁହେଁ ।

ନ୍ୟାସନାଲ କନ୍‌ଫରେନ୍ସର ମୁଖ୍ୟ ପୃଷ୍ଠପୋଷକ ଅବଦୁଲ୍ଲାଙ୍କୁ କଡ଼ା ଜବାବ ଦେଇଛନ୍ତି ଜେଡି(ୟୁ) ନେତା ପବନ ବର୍ମା। ଶ୍ରୀ ବର୍ମା କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର କାହିଁକି ନିର୍ମାଣ କରାଯିବ ନାହିଁ। ଶ୍ରୀରାମଙ୍କ ଜନ୍ମସ୍ଥଳୀଭାବେ ଯଦି ହିନ୍ଦୁମାନେ ଅଯୋଧ୍ୟାରେ ରାମ ମନ୍ଦିର ତୋଳିବାକୁ ଚାହୁଁଁଛନ୍ତି, ତେବେ ସେଠାରେ ମନ୍ଦିର କାହିଁକି ତୋଳା ଯିବ ନାହିଁ ବୋଲି ଶ୍ରୀ ବର୍ମା ପ୍ରଶ୍ନ କରିଛନ୍ତି।

ଶ୍ରୀ ବର୍ମା କହିଛନ୍ତି ଯେ ମନ୍ଦିର କେଉଁଠି ତୋଳା ଯିବ ତାହା ପ୍ରସଙ୍ଗ ନୁହେଁ, ପ୍ରସଙ୍ଗ ହେଉଛି ମନ୍ଦିର କିପରି ତୋଳାଯିବ। ହିଂସା ବା ବଳ ପ୍ରୟୋଗ କରି, ଉଭୟ ପକ୍ଷଙ୍କ ସହମତିରେ କିମ୍ବା କୋର୍ଟ ନିର୍ଦ୍ଦେଶରେ ମନ୍ଦିର ତୋଳ ଯିବ ତାହା ହିଁ ପ୍ରସଙ୍ଗ ବୋଲି ଶ୍ରୀ ବର୍ମା କହିଛନ୍ତି । ସେହିପରି କୋର୍ଟ ନିର୍ଦ୍ଦେଶ ସମ୍ପର୍କରେ ଅବଦୁଲ୍ଲା କହିଛନ୍ତି ଯେ ଯେ ଦେଶର ମୁସଲମାନମାନେ କୋର୍ଟ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ଏହି ପ୍ରସଙ୍ଗରେ ଜେଡିୟୁ ନେତା ଶ୍ରୀ ବର୍ମା କହିଛନ୍ତି ଯେ ଏଥିରେ ସେ ସହମତ।

By amfnews

Related Post