Thu. Oct 15th, 2026

ଭକ୍ତଙ୍କୁ ଦର୍ଶନ ଦେଲେ ଶିରିଡ଼ି ସାଇବାବା, ଦ୍ୱାରକାମଇ କାନ୍ଥରେ ଦିଶିଲା ତାଙ୍କର ଝାପ୍‌ସା ଛବି

347 Views

ଶିରିଡ଼ି: ମହାରାଷ୍ଟ୍ରର ଶିରିଡ଼ି ଜିଲ୍ଲାସ୍ଥିତ ସାଇବାବାଙ୍କ ସମାଧିର ଖୁବ୍‌ ନିକଟରେ ଥିବା ଦ୍ୱାରକାମଇ ମସ୍‌ଜିଦ୍‌ର କାନ୍ଥରେ ଶିରିଡ଼ି ସାଇବାବାଙ୍କର ଛବି ପ୍ରକଟ ହୋଇଥିବା କଥା ଭକ୍ତମାନେ କହୁଛନ୍ତି।ଗୁରୁବାର ରାତି ପ୍ରାୟ ୧୧: ୩୦ରେ ଆରତି ଚାଲିଥିବା ବେଳେ ଏଭଳି ଘଟଣା ଘଟିଥିବା ଖବର ମିଳିଛି।

‘ଆରତି’ ସମୟରେ ଉପସ୍ଥିତ ଥିବା ସାଇବାବାଙ୍କର ଅନେକ ଭକ୍ତ ଦ୍ୱାରକାମଇ କାନ୍ଥରେ ବାବାଙ୍କର ଝାପ୍‌ସା ଛବି ଦେଖିଥିବା କଥା ଦାବି କରୁଛନ୍ତି। ଦ୍ୱାରକାମଇ ମସ୍‌ଜିଦ୍‌ରେ ସାଇବାବା ଅନେକ ସମୟ କଟାଇଥିଲେ।

ଭକ୍ତମାନେ ଦାବି କରିଛନ୍ତି ଯେ କିଛି କ୍ଷଣ ପାଇଁ କାନ୍ଥରେ ପ୍ରକଟ ହୋଇଥିବା ଛବିରେ ସାଇବାବା ମୁରୁକି ମୁରୁକି ହସୁଥିଲେ।

ଯେଉଁସ୍ଥାନରେ ସାଇବାବା ବସି ତାଙ୍କର ଶିଷ୍ୟମାନଙ୍କୁ ଧାର୍ମିକ ପ୍ରବଚନ ଶୁଣାଉଥିଲେ ଠିକ୍‌ ତାହାରି ଉପରକୁ ତାଙ୍କର ଛବି ଦୃଶ୍ୟମାନ ହୋଇଥିଲା।
ଦ୍ୱାରକାମଇ କାନ୍ଥରେ ଭକ୍ତମାନେ ସାଇବାବାଙ୍କ ଛବି ଦେଖିବାରେ ଏହା ହେଉଛି ଦ୍ୱିତୀୟ ଘଟଣା।

ବୁଧବାର ରାତିରୁ ଲୋକପ୍ରିୟ ଦ୍ୱାରକାମାଇ ମନ୍ଦିର ଖୋଲା ରହିଛି ଏବଂ ସାଇବାବାଙ୍କର ହଜାର ହଜାର ଅନୁଗାମୀ ଆସି ଦର୍ଶନ କରୁଛନ୍ତି।
କାନ୍ଥରେ ସାଇବାବାଙ୍କ ଛବି ଦିଶିବା କଥା ସାମାଜିକ ଗଣମାଧ୍ୟମରେ ବ୍ୟାପକ ସେୟାର୍‌ ହେଉଛି।

By amfnews

Related Post