Fri. Apr 24th, 2026

ବଢ଼ିଛି ଶୀତ, କାଲି ଦେଖାଦେବ ଘନ କୁହୁଡ଼ି

172 Views

ଭୁବନେଶ୍ୱର :  ଗତ କିଛି ଦିନ ହେବ ସାରା ରାଜ୍ୟରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ତେବେ ଆସନ୍ତାକାଲି ଘନ କୁହୁଡ଼ି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ସହରକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସହରଗୁଡ଼ିକ ହେଉଛି-ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, ଅନୁଗୋଳ ଓ ଢେଙ୍କାନାଳ। ତା’ଛଡ଼ା ଆସନ୍ତା ୨୩ ତାରିଖରେ ମଧ୍ୟ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ଆସନ୍ତା ୫ ଦିନ ଯାଏ ପାଗ ଶୁଖିଲା ରହିବ ବୋଲି ଅନୁମାନ କରାଯାଇଛି।

ଏନେଇ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ମଦନମୋହନ ଦାସ କହିଛନ୍ତି,“ ଆଜି ରାଜ୍ୟର ବିଭିନ୍ନ ଜାଗାରେ ତାପମାତ୍ରା ହ୍ରାସ ପାଇଛି। ଝାରସୁଗୁଡ଼ାରେ ୧୦.୮ ଡିଗ୍ରୀ ସହ ସବୁଠାରୁ କମ୍ ତାପମାତ୍ରା ରହିଛି। ସେହିପରି ସ୍ୱାଭାବିକ ତାପମାତ୍ରାଠାରୁ ହୀରାକୁଦରେ ୩, କେନ୍ଦୁଝରରେ ୨, ସମ୍ୱଲପୁରରେ ୨ ଓ ତାଳଚେରରେ ୩ ଡିଗ୍ରୀ ଯାଏ ତାପମାତ୍ରା ହ୍ରାସ ପାଇଛି। ତେଣୁ ଶୀତର ପ୍ରକୋପ ଗତକାଲିଠୁ ଆଜି ବୃଦ୍ଧି ପାଇଛି। ଏଥିସହ କୁହୁଡ଼ି ମଧ୍ୟ ବିଭିନ୍ନ ସହରରେ ଦେଖିବାକୁ ମିଳିଛି। ସେହି ସହର ଗୁଡ଼ିକ ହେଉଛି- କେନ୍ଦୁଝର, କଟକ, ଅନୁଗୋଳ,ପାରାଦୀପ, ସୋନପୁର,ସୁନ୍ଦରଗଡ଼, ଛତ୍ରପୁର, ଗଜପତି, ଦାରିଙ୍ଗବାଡ଼ି ଓ ଭବାନୀପାଟଣା।”

By amfnews

Related Post