Thu. Jul 23rd, 2026

ବ୍ୟାଙ୍କ ସାମ୍ନାରୁ ୩ ଲକ୍ଷ ଲୁଟ୍‌

213 Views

ସମ୍ବଲପୁର, ଡିସେମ୍ବର ୨୧ : ସମ୍ବଲପୁର ମୁଦିପଡ଼ା ସମବାୟ ବ୍ୟାଙ୍କ ସମ୍ମୁଖରୁ ଲୁଟ୍‌ ହୋଇଛି। ଶାସନ ଅଞ୍ଚଳର ଆଶିଷ ଅଗ୍ରୱାଲ ମୋବାଇଲ ଫୋନରେ କଥା ହେଉଥିବାବେଳେ ୩ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛି ଲୁଟେରା। ଏହି ଲୁଟ ଘଟଣାର ସମସ୍ତ ଭିଡିଓ ସମବାୟ ବ୍ୟାଙ୍କର ସିସିଟିଭି ଫୁଟେଜରେ କଏଦ ହୋଇଛି। ଆଶିଷଙ୍କ ଏତଲା କ୍ରମେ ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ମୁତାବକ, ଶାସନ ଅଞ୍ଚଳର ଆଶିଷ ସକାଳ ପ୍ରାୟ ୧୧ଟା ବେଳେ ଘରୁ ୫୦ ହଜାର ଟଙ୍କା ଆଣିଥିବା ବେଳେ ଶାସନ ଷ୍ଟେଟ ବ୍ୟାଙ୍କ ଶାଖାରୁ ଆହୁରି ଅଢ଼େଇ ଲକ୍ଷ ଟଙ୍କା ବାହାର କରି ସମ୍ବଲପୁର ଆସିଥିଲେ। ଠିକ୍ ୧୨ଟା ୫୯ ମିନିଟରେ ଆଶିଷ ସମବାୟ ବ୍ୟଙ୍କ ପରିସରରେ ତାଙ୍କ ହୋଣ୍ଡା ଆକ୍ଟିଭା ସ୍କୁଟି ରଖି ଏଥିରୁ ଓହ୍ଲାଇଥିଲେ। ସଙ୍ଗେସଙ୍ଗେ ତାଙ୍କ ନିକଟକୁ ଏକ ଜରୁରୀ ଫୋନ ଆସିବାରୁ ଟଙ୍କା ବ୍ୟାଗଟି ସ୍କୁଟି ସିଟ ଉପରେ ରଖି ଆଶିଷ ଫୋନରେ କଥା ହେଉଥିଲେ। ଠିକ୍ ଏହି ସମୟରେ ୨ ଜଣ ବ୍ୟକ୍ତି ଏକ ମୋଟର ସାଇକେଲରେ ଆସି ବ୍ୟାଙ୍କ ବାହାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବାଇକ ଷ୍ଟାର୍ଟ କରିଥିବା ବେଳେ ଅନ୍ୟ ଜଣେ ଗାଡ଼ିରୁ ଓହ୍ଲାଇ ସ୍କୁଟି ନିକଟକୁ ଆସି ସ୍କୁଟିର ସିଟ୍‌ରେ ଥିବା ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲା।

By amfnews

Related Post