Fri. May 15th, 2026

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ

232 Views

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ସରିଆବରପାଟଣା ଗାଁରେ ଜଣେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଶରତ ସାହୁ। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଶରତ ମଙ୍ଗୁଳିଆକଣ୍ଟାରେ ନିଜ ପତ୍ନୀଙ୍କ ସହିତ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ବାହାରକୁ ଉଠିଥିଲେ। ଏହି ସମୟରେ ହଠାତ୍ କେହି ଦୁର୍ବୁତ୍ତ ତାଙ୍କ ମୁଣ୍ଡକୁ ଆଘାତ କରି ସେଠାରୁ ପଳାଇ ଯାଇଥିଲା। ଶରତଙ୍କ ପାଟି ଶୁଣି ତାଙ୍କ ପତ୍ନୀ ଦୌଡ଼ି ଆସିଥିଲେ। ଶରତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କ କଟକ ସ୍ଥାନାନ୍ତର କରାଯାଇଛି। ନାଉଗାଁ ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ଶରତଙ୍କ ଉପରେ କିଏ କାହିଁକି ଆକ୍ରମଣ କଲା ତାହା ଜଣାପଡିନାହିଁ ।

By amfnews

Related Post