Thu. May 21st, 2026

ବ୍ରିସ୍‌ବେନ୍‌ ଟି-୨୦ରେ ଭାରତ ହାରିବା ପଛରେ ରହିଛି ୫ ପ୍ରମୁଖ କାରଣ

349 Views

ବ୍ରିସ୍‌ବେନ୍‌: ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ବୁଧବାର ଅଷ୍ଟ୍ରେଲିଆ ଠାରୁ ଭାରତ ୪ ରନ୍‌ରେ ପରାସ୍ତ ହୋଇଛି। ପୂର୍ବରୁ ଭାରତ ୩ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କରିବ ବୋଲି ଆଶା ବାନ୍ଧିଥିଲା। ରୋମାଞ୍ଚକ ମ୍ୟାଚ୍‌ର ଆରମ୍ଭରୁ ଶେଷ ଯାଏଁ ଭାରତର ଛୋଟ ଛୋଟ ତ୍ରୁଟି ଦେଖିବାକୁ ମିଳିଥିଲା। ଏଥି ପାଇଁ ବିରାଟ ବାହିନୀଙ୍କୁ ପରାଜିତ ହେବାକୁ ପଡ଼ିଛି।

ପ୍ରଥମତଃ ଡକଓ୍ଵାର୍ଥ ଲୁଇସ ନିୟମ ଯୋଗୁଁ ଟିମ୍‌ ଇଣ୍ଡିଆର ରଣନୀତି ଶୈଳୀ ଭଙ୍ଗ କରିଥିଲା। ମ୍ୟାଚ୍‌ ଆରମ୍ଭ ହେବାର ୧୬.୧ ଓଭରରେ ବର୍ଷା ଆସିଥିଲା। ଫଳରେ ମ୍ୟାଚକୁ ୨୦ ଓଭର ସ୍ଥାନରେ ୨୦ ଓଭର କରି ଦିଆଯାଇଥିଲା। ଅଷ୍ଟ୍ରେଲିଆ ୧୭ ଓଭରରେ ୪ ଓ୍ଵିକେଟ ହରାଇ ୧୫୮ ରନ୍‌ ସଂଗ୍ରହ କରିଥିଲା କିନ୍ତୁ ଡକଓ୍ଵାର୍ଥ ଲୁଇସ ନିୟମ ଅନୁସାରେ ଭାରତକୁ ୧୭ ଓଭରରେ ୧୭୪ ରନ୍‌ ଟାର୍ଗେଟ ମିଳିଥିଲା। ଲକ୍ଷ୍ୟ ପଛରେ ଗୋଡେଇ ଭାରତ ୧୭ ଓଭରରେ ୭ଟି ଓ୍ଵିକେଟ ହରାଇ ୧୬୯ ରନ୍‌ ସଂଗ୍ରହ କରିଥିଲା।

ଗ୍ଲେନ ମାକ୍ସୱେଲଙ୍କ ବିସ୍ଫୋରକ ବ୍ୟାଟିଂ ହେଉଛି ଭାରତର ଅନ୍ୟତମ ପରାଜୟର କାରଣ। ମାକ୍ସୱେଲ ୨୪ଟି ବଲ ଖେଳି ୪୬ ରନ୍‌ ଯୋଡ଼ିଥିଲେ। ଏଥିରେ ୩ଟି ଛକା ସାମିଲ ଥିଲା।

ରୋହିତ ଶର୍ମା ଶସ୍ତାରେ ଆଉଟ ହେବା ଭାରତକୁ ମହଙ୍ଗା ପଡ଼ିଥିଲା। ଓପନର ବ୍ୟାଟସ୍‌ମ୍ୟାନ୍‌ଙ୍କ ବଡ ଦାୟିତ୍ୱ ଥିବା ବେଳେ ରୋହିତ ଭଲ ସ୍କୋର କରିବାରୁ ବଞ୍ଚିତ ହୋଇଥିଲେ।

ଲୋକେଶ ରାହୁଲ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବେଳେ ବିରାଟ କୋହଲି ୪ ନମ୍ବରରେ ବ୍ୟାଟିଂ କରିଥିଲେ। ରାହୁଲ ୧୨ଟି ବଲ ଖେଳି ୧୩ ରନ୍‌ ସଂଗ୍ରହ କରିଥିବା ବେଳେ କ୍ରିଜରେ ଆସ୍ଥାନ ଜମାଇବା ପୂର୍ବରୁ ପାଭଲିିୟନ ଫେରି ଯାଇଥିଲେ।

ସେହିପରି ଭାରତ ପରାଜୟର ଅନ୍ୟତମ କାରଣ ଥିଲା ଶେଷ ଓଭରରେ କାର୍ତ୍ତିକ ଏବଂ ପାଣ୍ଡ୍ୟା ଆଉଟ୍‌ ହେବା ଘଟଣା। ଶେଷ ଓଭରରେ ଭାରତକୁ ୧୩ ରନ ଦରକାର ଥିବା ବେଳେ ୨ ଜଣ ଖେଳାଳି ଆଉଟ୍‌ ହୋଇଥିଲେ, ଯାହା ଫଳରେ ୪ ରନ ସଂଗ୍ରହ ହୋଇ ପାରି ନଥିଲା।

By amfnews

Related Post