Fri. May 15th, 2026

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ କରୋନା

275 Views

ଲଣ୍ଡନ: ବ୍ରିଟେନର ଯୁବରାଜ ପ୍ରିନ୍ସ ଚାର୍ଲସଙ୍କ ପରେ ଦେଶର ପ୍ରଧାନମନ୍ତ୍ରୀ ବୋରିସ ଜନସନ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସକାଳେ ଖୋଦ ବୋରିସ ଟ୍ୱିଟ କରି ସମଗ୍ର ବିଶ୍ୱକୁ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ମୋ ଶରୀରରେ କିଛି ଫ୍ଲୁ ଜନିତ ଲକ୍ଷଣ ଦେଖା ଦେଇଥିଲା। ପରୀକ୍ଷା କରିବା ପରେ ମୁଁ କରୋନାରେ ସଂକ୍ରମିତ ଥିବା ସୂଚନା ମିଳିଛି।

ବର୍ତ୍ତମାନ ମୁଁ ସେଲଫ ଆଇସୋଲେସନରେ ରହିଛି। କିନ୍ତୁ ମୁଁ ଦେଶବାସୀଙ୍କ ପାଇଁ ସରକାରୀ କର୍ତ୍ତବ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ପାଦନ କରିବି। କାରଣ ଆମେ ସମସ୍ତେ ଏବେ କରୋନା ବିରୋଧରେ ଲଢ଼େଇ କରୁଛି। ସମସ୍ତେ ମିଳିତ ଭାବେ ଏହାକୁ ପରାସ୍ତ କରିପାରିବା।”

କରୋନା ଭାଇରସକୁ ଦୃଷ୍ଟିରେ ରଖି ବୋରିସ ଜନସନ ବ୍ରିଟେନରେ ଲକଡାଉନ ଘୋଷଣା କରିଥିଲେ। ଏଥିସହ ଲୋକଙ୍କୁ ସେ ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ବ୍ରିଟେନରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

By amfnews

Related Post