Mon. May 20th, 2024

ବ୍ରିକ୍ସ ସମ୍ମିଳନୀ: ଆଜି ପୁଣି ମୁହାମୁହିଁ ହେବେ ପ୍ରଧାନମନ୍ତ୍ରୀ ମୋଦୀ-ରାଷ୍ଟ୍ରପତି ଜିନପିଙ୍ଗ୍

By amfnews Nov 17, 2020 #Featured
146 Views

ନୂଆଦିଲ୍ଲୀ, ନଭେମ୍ବର ୧୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବ୍ରିକ୍ସ (ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା) ଦେଶର ସମ୍ମିଳନୀରେ ସାମିଲ ହେବେ । ଏହି ସମ୍ମିଳନୀରେ ଚୀନର ରାଷ୍ଟ୍ରପତି ଶିି ଜିନପିଙ୍ଗ ମଧ୍ୟ ଅଂଶଗ୍ରହଣ କରିବେ । ଏଭଳି ଭାବରେ ଗୋଟିଏ ମାସ ମଧ୍ୟରେ ଉଭୟ ୨ୟ ଥର ପାଇଁ ମୁହାଁମୁହିଁ ହେବେ । ଗତ ସପ୍ତାହରେ ଶାଂଘାଇ ସହଯୋଗ ସଂଗଠନର ବୈଠକରେ ଉଭୟ ସାମିଲ ହୋଇଥିଲେ । 

ମଙ୍ଗଳବାର  ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ଆତଙ୍କାବାଦ, ବ୍ୟବସାୟ, ସ୍ୱାସ୍ଥ୍ୟ, ଶକ୍ତି ସହିତ କରୋନା ମହାମାରୀ ଯୋଗୁଁ ହୋଇଥିବା କ୍ଷତି କେମିତି ପୂରଣ ହେବ, ସେ ନେଇ ଆଲୋଚନା ହେବ । ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ବ୍ୟତୀତ ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ମଧ୍ୟ ବୈଠକରେ ଯୋଡ଼ି ହୋଇପାରନ୍ତି ।

ବ୍ରିକ୍ସ ଦେଶଗୁଡ଼ିକର ଏହି ସମ୍ମିଳନୀ ଏଭଳି ଏକ ସମୟରେ ଅନୁଷ୍ଠିତ ହେଉଛି, ଯେତେବେଳେ ଏହାର ୨ଟି ପ୍ରମୁଖ ଦେଶ ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦ୍ଦାଖରେ ସୀମାରେ ୬ ମାସ ହେଉ ଉତ୍ତେଜନା ଜାରି ରହିଛି । ଏବେ ଉଭୟ ପକ୍ଷ ଉଚ୍ଚସ୍ଥାନରୁ ସୈନିକ ହଟାଇବା ନେଇ କାମ କରୁଛନ୍ତି । 

ସୂଚନାଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଶି ଜିନପିଙ୍ଗ୍ ଶାଂଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଠକରେ ଡିଜିଟାଲ ମାଧ୍ୟମରେ ମୁହାଁମୁହିଁ ହୋଇଥିଲେ । ବିଦେଶ ମନ୍ତ୍ରାଳୟ ଏକ ବୟାନରେ କହିଥିଲା ଯେ, ରାଷ୍ଟ୍ରପତି ପୁଟିନଙ୍କ ନିୟନ୍ତ୍ରଣ ଉପରେ ପ୍ରଧାନମନ୍ତ୍ରୀ ମୋଦୀ  ରୁଷ୍ରିାର ଆୟୋଜନରେ ହେଉଥିବା ବ୍ରିକ୍ସ ଦେଶର ୧୨ତମ ସମ୍ମିଳନୀରେ ସାମିଲ ହେବ ।

By amfnews

Related Post