Tue. Jul 21st, 2026

ବ୍ରାହ୍ମଣୀ ନଦୀର ଦ୍ୱିତୀୟ ପୋଲ ପାଇଁ ଭଙ୍ଗା ଗଲା ବସ୍ତିର ୫୪ ଘର

282 Views

ରାଉରକେଲା: ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ପୋଲ ନିର୍ମାଣ କାର୍ଯ୍ୟରେ ବାଧକ ସାଜିଥିବା ପାନପୋଷ ରୂପଟୋଲା ବସ୍ତିକୁ ଆଜି ପ୍ରଶାସନ ପକ୍ଷରୁ ଭଙ୍ଗା ଯାଉଛିି। ପାନପୋଷ ଉପଜିଲାପାଳ, ଦୁଇ ଜଣ ମାଜିଷ୍ଟ୍ରଟ୍‌, ୫ ପ୍ଲାଟୁନ ଫୋର୍ସଙ୍କ ଉପସ୍ଥିତିରେ ୩ଟି ଜେସିବି ସାହାଯ୍ୟରେ ଏହି ବସ୍ତି ଉଚ୍ଛେଦ କାର୍ଯ୍ୟ ଆଜି ସକାଳ ୯ଟାରୁ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ ରାଉରକେଲା-ବେଦବ୍ୟାସକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ସେତୁଟି ଅତି ବିପଦସଙ୍କୁଳ ଅବସ୍ଥାରେ ଥିବା ବେଳେ ଯାନବାହନ ଚଳାଚଳ ବୃଦ୍ଧିି ପାଉଥିବାରୁ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ଅତି ଜରୁରୀ ହୋଇ ପଡ଼ିଛି। ଏପରିକି ଏହାକୁ ନେଇ ଗତ ୪ ବର୍ଷ ହେବ ରାଜ୍ୟ ରାଜନୀତି ଜୋର ଧରିଛି। କେନ୍ଦ୍ର ସରକାରଏହି ପୋଲି ପାଇଁ ଆର୍ଥିକ ବ୍ୟବସ୍ଥା କରିବା ପରେ ପୋଲ ନିମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ବ୍ରାହ୍ମଣୀ ନଦୀ କୂଳରେ ଥିବା ରୂପଟୋଲା ବସ୍ତି ଏହା ଉପରେ ହେବାକୁ ଥିବା ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ବାଧକ ସାଜିଥିଲା।

ତେଣୁ ନଭେମ୍ବର ୩୦ ତାରିଖ ସୁଦ୍ଧା ବସ୍ତିି ଖାଲି କରି ଦେବାକୁ ପ୍ରଶାସନ ବସ୍ତିର ୫୪ଟି ପରିବାରଙ୍କୁ ନୋଟିସ ଦେଇଥିଲେ। ଏପରିକି ସେମାନଙ୍କୁ ବସ୍ତିରୁ ଉଛେଦ ପାଇଁ ଉପଯୁକ୍ତ ସରକାରୀ ସହାୟତା ମଧ୍ୟ ପୂର୍ବରୁ ଦିଆ ସରିଥିଲା। ମାତ୍ର ଲୋକେ ବସ୍ତି ଖାଲି କରୁ ନ ଥିଲେ। ତେଣୁ ଆଜି ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଅନ୍ୟ ୨ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଏହି ବସ୍ତି ଉଚ୍ଛେଦ ଆରମ୍ଭ ହୋଇଛିି। ସକାଳ ୯ଟାରୁ ଆରମ୍ଭ ହୋଇଥିିବାଏହି ଉଚ୍ଛେଦ ଯୋଗୁ ବର୍ତ୍ତମାନ ସୁଧା ୩ଟି ଘର ଭଙ୍ଗା ସରିଛି। ଯେଉଁମାନେ ସେମାନଙ୍କ ଘରକରଣା ସାମଗ୍ରୀ ବସ୍ତିରୁ ନେଇ ନ ଥିଲେ ,ସେମାନେ ଆଜି ସକାଳୁ ଏହାକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି।

By amfnews

Related Post