Mon. Aug 17th, 2026

ବ୍ରାହ୍ମଣୀ ନଦୀରେ ଜଳପତ୍ତନ ବୃଦ୍ଧି: ରାଉରକେଲା ସହରରେ ପଶିଲା ବନ୍ୟା ଜଳ

341 Views

ରାଉରକେଲା : ବ୍ରାହ୍ମଣୀ ନଦୀରେ ଜଳପତ୍ତନ ବୃଦ୍ଧି ପାଇବା କାରଣରୁ ରାଉରକେଲା ସହର ମଧ୍ୟକୁ ବନ୍ୟା ଜଳ ପଶି ଆସିଛି। ସହର ମଧ୍ୟକୁ ଅଧିକରୁ ଅଧିକ ପରିମାଣରେ ପାଣି ପ୍ରବେଶ କରୁଥିବା ବେଳେ ବାଲୁଘାଟ ଏବଂ ସର୍ଦାର ବସ୍ତିରେ ବାସ କରୁଥିବା ଲୋକଙ୍କ ଘର ପାଣିରେ ବୁଡ଼ିଲାଣି।

ରବିବାର ସକାଳେ ମନ୍ଦିରା ଡ୍ୟାମ୍‌ର ୫ଟି ଗେଟ୍‌ ଏବଂ ରାତିରେ ଆଉ ୬ଟି ଗେଟ୍‌ ଖୋଲା ଯିବାରୁ ବ୍ରାହ୍ମଣୀ ନଦୀ ମଧ୍ୟକୁ ଅଧିକ ଜଳ ପ୍ରବେଶ କରିଥିଲା। ଫଳରେ ବ୍ରାହ୍ମଣୀ ନଦୀ କୂଳ ଲଙ୍ଘି ପାଣି ସହର ମଧ୍ୟକୁ ପ୍ରବେଶ କରିଛି। ସୁରକ୍ଷା ପାଇଁ ଲୋକେ ସ୍ଥାନୀୟ ସ୍କୁଲ୍‌ ଏବଂ ଉଚ୍ଚ ସ୍ଥାନମାନଙ୍କୁ ଚାଲି ଯାଉଛନ୍ତି। ସହାୟତା ପାଇଁ ଏଯାବତ୍‌ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାପଡ଼ିଛି।

By amfnews

Related Post