Fri. Aug 14th, 2026

ବ୍ରାଉନ ସୁଗର ବିକ୍ରି କରିବାକୁ ଆସି ହିନସ୍ତା

204 Views

ଭୁବନେଶ୍ୱର  :   ମହଙ୍ଗା ପଡ଼ିଲା ବସ୍ତିରେ ବ୍ରାଉନ ସୁଗର ବିକ୍ରି କରିବା। ଜଣେ ବେପାରୀକୁ ଧରି ଛେଚିଲେ ଏବଂ ପୁଲିସରେ ଜିମା ଦେଲେ ବସ୍ତି ବାସିନ୍ଦା। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ସ୍ଥିତ ନୀଳଚକ୍ର ବସ୍ତିରେ।ଆଜି ସକାଳେ ଏହି ଘଟଣା ଘଟିଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖିଛି। ତେବେ ବିକ୍ରି ଉଦ୍ଦେଶ୍ୟରେ ନୁହେଁ ଖାଇବା ପାଇଁ ଆଣିଥିଲେ ବୋଲି ଅଭିଯୁକ୍ତ କହିଛି।

ଅନ୍ୟପକ୍ଷରେ ଗତକାଲି ରାତିରେ ମଧ୍ୟ ବସ୍ତି ବାସିନ୍ଦା ଜଣେ ଯୁବକଙ୍କୁ ଧରି ପୁଲିସର ଜିମା ଦେଇଥିଲେ। ବହୁଦିନ ଧରି ବସ୍ତିରେ ଏଭଳି କାର୍ଯ୍ୟକଳାପ ଜାରି ରହିଛି। ଥାନାରେ ଅଭିଯୋଗ ପରେ ବି ପୁଲିସ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି। ଏବେ ବସ୍ତିକୁ ନିଶା କାରବାର ମୁକ୍ତ କରିବାକୁ ନିଜେ ବସ୍ତି ବାସିନ୍ଦା  ଅଣ୍ଟା ଭିଡ଼ିଛନ୍ତି।ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,“ ଏଠାରେ ବ୍ରାଉନ ସୁଗର ସବୁବେଳେ ବିକ୍ରି ହେଉଛି। ଆଜି ଜଣେ ବେପାରୀ ବ୍ରାଉନ ସୁଗର ବିକ୍ରି କରିବା ବେଳେ ଆମେ ଧରିଲୁ। ଗତକାଲି ରାତିରେ ମଧ୍ୟ ଜଣେ ଯୁବକଙ୍କୁ ଧରି ପୁଲିସ୍‌ର ଜିମା ଦେଇଥିଲୁ। ତା’ଠାରୁ ଏକ ବାଇକ୍‌ ଓ ୫ ପୁଡ଼ିଆ ବ୍ରାଉନ୍ ସୁଗର ଧରିପଡ଼ିଥିଲା।”

By amfnews

Related Post