Sat. Oct 17th, 2026

ବ୍ରହ୍ମବରଦାରେ ବଢିଲା କଣ୍ଟେନମେଣ୍ଟ ଅବଧି

188 Views

ଯାଜପୁର : ଯାଜପୁର ଜିଲ୍ଳା ବ୍ରହ୍ମବରଦାରେ ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ତାହାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲ।। ଆଜି ରାତି ଆଠଟାରେ ଏହି ଅବଧି ସରୁଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ  ପୁଣି  ଥରେ ବଢ଼ାଯାଇଛି। ଆସନ୍ତା ୧୨ ତାରିଖ ରାତି ଆଠଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ  ଆଜି ଏହି ସୂଚନା ଦେଇଛନ୍ତି।

ବ୍ରହ୍ମବରଦାର ପାଖାପାଖି ୧୦ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ହେଲେ ସର୍ଭେଲାନସ କାମ ଶେଷ ହୋଇନଥିବାରୁ ପୁଣିଥରେ ଏପରି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ, ବ୍ରହ୍ମବରଦାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ  ନଜାମୁଦ୍ଦିନ୍‌ ଧର୍ମ ସଭାରେ ଯୋଗଦେଇ ଗତ ୧୮ ତାରିଖରେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ସେ ଜିଲ୍ଲାର ବିଭିନ୍ନ ଧର୍ମ ସଭାରେ ଯୋଗ ଦେଇଥିଲେ। ‘କରୋନା’ରେ ଆକ୍ରାନ୍ତ ବ୍ୟକ୍ତି ଜଣକ ମୌଲବି ବୋଲି ଜଣାପଡ଼ିଥିଲା।  ତା’ପରେ ଜିଲ୍ଲା ପ୍ରଶାସନ ବ୍ରହ୍ମବରଦାର ପାଖାପାଖି ୧୦ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଥିଲା।

By amfnews

Related Post