Fri. Jul 3rd, 2026

ବ୍ରହ୍ମପୁର ସହରରେ ପୁଣି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ, ବିପୁଳ ପରିମାଣର ସଂପତ୍ତି ନଷ୍ଟ

268 Views

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଗତକାଲି ରାତିରେ ପୁଣି ଏକ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବ୍ରହ୍ମପୁର ସହରର ଖାଲା ସାହିରେ ରହୁଥିବା ମହମ୍ମଦ ଜଲିଲଙ୍କ ତିନି ମହଲା ଘରେ ଅଗ୍ନିକାଣ୍ଡ ଘଟିଥିଲା। ଘରର ଦ୍ୱିତୀୟ ମହଲାରେ ରାତି ପ୍ରାୟ ସାଢେ ଦୁଇଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ଘରେ ନିଆଁ ଲାଗିଥିବାର ଦେଖି ମହମ୍ମଦ ଜଲିଲଙ୍କ ପରିବାର ଲୋକେ ଘର ବାହାରକୁ ଆସିଥିଲେ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲ। ଦମକଳ ବାହିନୀର ୧୦ଜଣ କର୍ମଚାରୀ ୩ଟି ଗାଡ଼ିରେ ଆସି ନିଆଁ ଲିଭାଇଥିଲେ। ରିପୋର୍ଟ ଲେଖା ହେବା ଯାଏଁ ନିଆଁ ସଂପୂର୍ଣ୍ଣଭାବେ ଲିଭିଯାଇଛି| ଏଥିରେ କୌଣସି ମାନବ ଜୀବନ ହାନି ହୋଇନାହିଁ କିମ୍ବା କେହି ଆହତ ହୋଇନାହାନ୍ତି। ତେବେ ବିପୁଳ ପରିମାଣର ସଂପତ୍ତି ନଷ୍ଟ ହୋଇଥିବାର ଖବର ମିଳିଛି। ତେବେ ଏନେଇ ଆକଳନ ଚାଲିଛି। ଅଗ୍ନିକାଣ୍ଡର କାରଣ କିନ୍ତୁ ଅସ୍ପଷ୍ଟ ରହିଥିବା ନେଇ ସହକାରୀ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ କିଛି ଦିନ ତଳେ ବ୍ରହ୍ମପୁର ସହରରେ ଏଭଳି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିବା ଫଳରେ ବରିଷ୍ଠ ରାଜନେତା ଅଲେଖ ଚୌଧୁରୀଙ୍କ ସମେତ ୩ଜଣଙ୍କର ପ୍ରାଣହାନି ଘଟିଥିଲା।

By amfnews

Related Post