Thu. Jun 4th, 2026

ବୌଦ୍ଧ: ବସ ଓଲଟି ୧୧ ଆହତ

323 Views

ବୌଦ୍ଧ: ଆଜି ପୂର୍ବାହ୍ନରେ ବୌଦ୍ଧରୁ ‘ଓଂକାର’ ନାମକ ଏକ ଘରୋଇ ବସ ଯାବର ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେଏଥିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୧ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବୌଦ୍ଧରୁ ଯାବର ଯାଉଥିବା ଓଂକାର ବସଟି କୁଶଙ୍ଗ ସଙ୍କୁରୀ ନିକଟରେ ଭାରାସାମ୍ୟ ହରାଇ ରାସ୍ତା ତଳକୁୁ ଖସିଯାଇ ଓଲଟି ପଡ଼ିଥଲା। ଫଳରେ ଏଥିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୧ ଜଣ ଆହତ ହୋଇଥିଲେ। ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚିି ଆହତମାନଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଜଣାପଡ଼ିଛି।

By amfnews

Related Post