Wed. Jul 22nd, 2026
385 Views

ଅନୁଗୁଳ: ଡାକ୍ତରଙ୍କ ଠାରୁ ଟଙ୍କା ଠକେଇ ଅଭିଯୋଗରେ ଜଣେ ବିଦେଶୀ ନାଗରିକକୁ ପୁଲିସ ବୁଧବାର ଗିରଫ କରିଛି। ବିଦେଶୀ ନାଗରିକ ନିକୋଲାସ୍‌ କଜଭି (୪୪) ବୋଲି ସୂଚନା ମିଳିଛି। ପୁଲିସ ଗିରଫ ନାଗରିକଙ୍କ ଠାରୁ ୧୮ ଲକ୍ଷ ୫୦ ହଜାର ଟଙ୍କା, ମୋବାଇଲ ଓ ପାସପୋର୍ଟ ଜବତ କରିଛି।

ବିଦେଶୀ ନାଗରିକ ନିକୋଲାସ୍‌ ବୌଦ୍ଧ ଶିଶୁ ଭବନ ଡାକ୍ତର ଚରଣ ମୁର୍ମୁଙ୍କ ଠାରୁ ଟଙ୍କା ଠକ ନେଇଥଲେ। ଡାକ୍ତରୀ ସରଞ୍ଜାମ ଯୋଗାଇ ଦେବାକୁ କହି ଟଙ୍କା ନେଇଥିଲେ। ବଦେଶୀ ନାଗରିକ ଡାକ୍ତରଙ୍କ ଜଣେ ସଂପର୍କୀୟଙ୍କ ଠାରୁ ମଧ୍ୟ କିଛି ଟଙ୍କା ଠକି ନେଇଥିଲେ ବୋଲି ଅଭିଯୋଗ ହୋଇଛି। ଟଙ୍କା ଠକେଇ କରିବା ପରେ ବିଦେଶୀ ନାଗରିକ ବୌଦ୍ଧରୁ ଫେରାର ହୋଇ ଅନୁଗୁଳ ଷ୍ଟେସନରେ ପହଂଚିଥିଲେ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ନିକୋଲାସ୍‌କୁ ଗିରଫ କରିଥିଲା।

ଘଟଣା ଥିଲା ଏମିତି

ନିକୋଲାସ ଗତ ଅକ୍ଟୋବର ୨୦୧୮ରେ ବ୍ୟବସାୟିକ ଭିସାରେ ଭାରତ ଆସି ମୁମ୍ବାଇରେ ଅବସ୍ଥାନ କରୁଥିଲା। ଗତ ୨ ମାସ ତଳେ ସେ କଟକ ଶିଶୁ ସଦନରେ କାର୍ଯ୍ୟରତ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମଂଗଳ ଚରଣ ମୁର୍ମୁ ‌ବ୍ରୋଙ୍କୋସ୍କୋପ ଓ ଏଣ୍ଡୋସ୍କୋପ ଉପକରଣ ବଜାର ଦରଠାରୁ ଶସ୍ତାରେ ଯୋଗାଇ ଦେବା ପାଇଁ ଫୋନ୍‌ରେ ପ୍ରଲୋଭନ ଦେଖାଇ ଥିଲା। ଡାକ୍ତର ମୁର୍ମୁ ଏଥିରେ ସ‌େନ୍ଦହ ପ୍ରକାଟ କରିଥିଲେ ଏବଂ କଟକ ଆସି କଥାବାର୍ତ୍ତା କରିବାକୁ କହିିଥିଲେ। ବାରଂବାର ମୋବାଇଲ ଫୋନ୍ ଓ ମେଲ୍ ‌ଯୋଗେ ଯୋଗାଯୋଗ ହେବା ପରେ ସେ ଗତ ୨୯ ଡିସେମ୍ବର ଦିନ ସେ କଟକ ଆସିଥିଲା। ଡାକ୍ତର ମୁର୍ମୁ ବମ୍ବେ ହୋଟେଲରେ ନିକୋଲାସର ରହିବା ବ୍ୟବସ୍ଥା କରିଥିଲେ। ପାଖାପାଖି ୨୫ ଲକ୍ଷ ଟଙ୍କା ମୂଲ୍ୟର ଏହି ଦୁଇ ଉପକରଣକୁ ୨୦ ଲକ୍ଷ ଟଙ୍କାରେ ଯୋଗାଇ ଦେବା ପାଇଁ କଥାବାର୍ତ୍ତା ଛିଣ୍ଡି ଥିଲା। ଡାକ୍ତର ମୁର୍ମୁ ନିଜ ପାଖରେ ଥିବା ୫ ଲକ୍ଷ ଟଙ୍କା ଦେଇଥିଲେ। ବାକି ତକ ଟଙ୍କା ପାଇଁ ସେ ବୌଦ୍ଧର ଆନ୍ଧ୍ର ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟରତ ତାଙ୍କ ଶଳାଙ୍କ ସହିତ ଯୋଗାଯୋଗ କରିଥିଲେ। ସେ ଟଙ୍କା ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ୩୧ ତାରିଖ ଦିନ ଡାକ୍ତର ମୁର୍ମୁ ତାଙ୍କୁ ଧରି ବୌଦ୍ଧ ଆସିଥିଲେ। ‌ବୌଦ୍ଧର ହୋଟେଲ ‘ବ୍ଲ୍ୟୁ ମୁନ୍’ରେ ଅବସ୍ଥାନ କରିଥିଲେ। ହୋଟେଲରେ ତାଙ୍କୁ ୧୩ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଥ‌ିଲେ। ୧ ଜାନୁଆରି ଭୋର୍‌ରୁ ନିକୋଲାସ ଟଙ୍କା ଧରି ଫେରାର ମାରିଥିଲା।

By amfnews

Related Post