Sat. Oct 3rd, 2026

ବେଦାନ୍ତ ବିଜ୍ଞାନ ଗୁରୁକୁଳରେ ‘ବେଦାନ୍ତ ପାଠ୍ୟକ୍ରମ’

451 Views

ଉପନିଷଦ, ଭଗବତଗୀତା, ପ୍ରକରଣ ଓ ଅନ୍ୟାନ୍ୟ ଶାସ୍ତ୍ର ସହିତ ସଂସ୍କୃତ, ଯୋଗ, ପ୍ରାଣାୟମ, ଧ୍ୟାନ, ବେଦପାଠ ଇତ୍ୟାଦି ବୈଦିକ ପରମ୍ପରାକୁ ଭିତ୍ତିକରି ଜୀବନର ଗଭୀର ଆତ୍ମ ବିଶ୍ଲେଷଣ, ଅନୁଧ୍ୟାନ ଅନୁଶୀଳନର ଦିବ୍ୟ ଶିକ୍ଷା, ଜିଜ୍ଞାସୁ ବିଦ୍ୟାର୍ଥୀମାନଙ୍କୁ ପ୍ରଦାନ କରାଯିବ। ଏହି ପ୍ରାଚୀନ ଶିକ୍ଷା ସଂପୂର୍ଣ୍ଣ ନିଃଶୁଳ୍କ ପ୍ରଦାନ କରାଯିବା ସହ ଖାଦ୍ୟପେୟ ଓ ରହିବାର ସୁବିଧା ଯୋଗାଇ ଦିଆଯାଉଛି। କଟକ, ଭୁବନେଶ୍ବର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳର ଆତ୍ମଜ୍ଞାନ ଲାଭ କରିବାକୁ କୌଣସି ବର୍ଗର ଆଗ୍ରହୀ ଜିଜ୍ଞାସୁମାନେ ଗୁରୁକୂଳରେ ନ ରହି ଯାତାୟତ କରି ମଧ୍ୟ ଅଧ୍ୟୟନ କରିବାର ସୁଯୋଗ ପାଇପାରିବେ।

ଏଥିନିମନ୍ତେ ନିମ୍ନ ଲିଖିତ ଠିକଣାରେ ଯୋଗଯୋଗ କରିବାକୁ ଅନୁରୋଧକରାଯାଇଛି। ବେଦାନ୍ତ ବିଜ୍ଞାନ ଗୁରୁକୁଳମ୍‌, ବଡ଼ଧାନପୁର ଶିଶୁପାଳଗଡ଼, ଭୁବନେଶ୍ବର-୭୫୧୦୦୨, ଫୋନ୍‌: ୯୪୩୭୨୭୩୧୦୪, ଇମେଲ୍‌ : sribhanas@gmail.com.

By amfnews

Related Post