Sat. Jul 4th, 2026

ବେଆଇନ ରାସ୍ତାରୋକ ନେଇ ପ୍ରମୁଖ ଶାସନ ସଚିବ ଓ ଡିଜିପିଙ୍କୁ ନୋଟିସ

230 Views

ଭୁବନେଶ୍ୱର  :  ଲୋକମାନେ ସାମାନ୍ୟ କଥାରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଅବରୋଧ କରୁଛନ୍ତି। ରାସ୍ତା ଅବରୋଧକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯାଉଥିଲେ ମଧ୍ୟ ଦାବି ପୂରଣ ପାଇଁ ରାସ୍ତାକୁ ଓହ୍ଲାଇ ପଡ଼ୁଛନ୍ତି ଲୋକେ। ଏହାଦ୍ୱାରା ସାଧାରଣ ନାଗରିକ ଅଯଥାରେ ଦୀର୍ଘ ସମୟ ଧରି ହଇରାଣ ହେଉଛନ୍ତି। ରାସ୍ତାରୋକର ଫାଇଦା ଉଠାଇ ଅସାମାଜିକ ବ୍ୟକ୍ତିମାନେ ଘରୋଇ ଓ ସରକାରୀ ସମ୍ପତ୍ତି ନଷ୍ଟ କରୁଛନ୍ତି। ପ୍ରତିବାଦ କରିବାର ଅନ୍ୟ ଉପାୟ ରହିଥିଲେ ମଧ୍ୟ ରାସ୍ତାରୋକ ଭଳି ଆନ୍ଦୋଳନର ଆବଶ୍ୟକତା ନଥିବା କଥା କହିଛନ୍ତି ମାନବାଧିକାର ଆୟୋଗ ।

ବେଆଇନ ରାସ୍ତାରୋକକୁ ନେଇ ରାଜ୍ୟ ମାନବାଧିକାର ଆୟୋଗ ପ୍ରମୁଖ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନୋଟିସ ଜାରି କରିଛନ୍ତି। ତିନି ସପ୍ତାହ ମଧ୍ୟରେ ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ସୋମବାର ମାନବାଧିକାର ଆୟୋଗ ଅଧ୍ୟକ୍ଷ କଟକରୁ ଭୁବନେଶ୍ୱର ଆସୁଥିବା ବେଳେ ପ୍ରତାପନଗରୀ ନିକଟରେ ଏକ ଦୁର୍ଘଟଣାକୁ କେନ୍ଦ୍ରକରି ରାସ୍ତାରୋକ କରାଯାଇଥିଲା। ଏଥିଯୋଗୁ ୧୬ନମ୍ବର ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା।

ସ୍ଥାନୀୟ ପୁଲିସ୍‌ ଅଧ୍ୟକ୍ଷଙ୍କ ଗାଡିକୁ କର୍ଡନ ମଧ୍ୟରେ ଛାଡ଼ିଥିଲେ ମଧ୍ୟ ଅନ୍ୟ ଗାଡ଼ିଗୁଡ଼ିକ ଅଟକି ରହିଥିଲା। ଏନେଇ ଆୟୋଗ ନିଜ ଆଡୁ ମାମଲା ରୁଜୁ କରିବା ସହ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି।

By amfnews

Related Post