Fri. Jul 24th, 2026

ବୃନ୍ଦାବନ ଗେଷ୍ଟ ହାଉସରେ ଦେହ ବେପାର : ଧରା ହେଲେ ୧୨ ଯୁବକ-ଯୁବତୀ

249 Views

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ସିପିଛକ ଅଞ୍ଚଳରେ ଥିବା ବୃନ୍ଦାବନ ଗେଷ୍ଟ ହାଉସ୍‌ରେ ଦୀର୍ଘଦିନ ଧରି ଚାଲିଥିବା ଦେହ ବେପାର ଘଟଣା ଆଜି ଧରାପଡ଼ିଛି। ଟାଉନ୍ ଥାନା ପୁଲିସ ଅତର୍କିତ ଚଡ଼ଉ କରି ଅସଞ୍ଜତ ଅବସ୍ଥାରେ ଥିବା ୧୨ ଜଣ ଯୁବକ- ଯୁବତୀ ଏବଂ ସ୍ବାମୀ-ସ୍ତ୍ରୀଙ୍କୁ ଧରିଛି। କିନ୍ତୁ ପ୍ରାଥମିକ ତଦନ୍ତ ପରେ ପୁଲିସ ସ୍ବାମୀ-ସ୍ତ୍ରୀଙ୍କୁ ଛାଡ଼ି ଦେଇଥିବା ବେଳେ ୬ ଜଣ ଯୁବକ ଏବଂ ଗେଷ୍ଟ ହାଉସ୍‌ର ଜଣେ କର୍ମଚାରୀକୁ ଗିରଫ କରିଛି। ୫ ଜଣ ଯୁବତୀଙ୍କୁ ତାଙ୍କ ପରିବାର ଲୋକଙ୍କ ଜିମା ଦିଆଯାଇଥିବା ବେଳେ ଜଣକୁ ଥଇଥାନ କେନ୍ଦ୍ରରେ ରଖା ଯାଇଥିବା ପୁଲିସ ସୂଚନା ଦେଇଛି। କିନ୍ତୁ ଏଥିରେ କଲେଜ ଛାତ୍ରୀ ଧରା ପଡିବା ଘଟଣା ବିଭିନ୍ନ ମହଲରେ ଉଦବେଗର କାରଣ ହୋଇଛି।

ସୂଚନା ଅନୁଯାୟୀ, ଆଜି ଜଗତସିଂହପୁର ଟାଉନ୍ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କ ନେତୃତ୍ବରେ ପୁଲିସ ବୃନ୍ଦାବନ ଗେଷ୍ଟ ହାଉସ୍‌ରେ ଚଢ଼ଉ କଲା ବେଳେ ଗେଷ୍ଟ ହାଉସ୍‌ର ବିଭିନ୍ନ ରୁମରେ ଯୁବକ-ଯୁବତୀ ଅସଂଯତ ଅବସ୍ଥାରେ ଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରି ଥାନାକୁ ନେଇ ଜେରା କରିଥିଲା। ୧୨ ଜଣ ଯୁବକ-ଯୁବତୀଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ। ଯୁବତୀମାନେ ବାଲିକୁଦା, କାଦୁଆପଡ଼ା, ତିର୍ତ୍ତୋଲ ଅଞ୍ଚଳର ବୋଲି ଜଣା ପଡିଛି।

By amfnews

Related Post