Thu. May 14th, 2026

ବୁଧବାରଠାରୁ ରାଜ୍ୟରେ ଲାଗୁ ହେଲା ୧୪ ଦିନିଆ ଲକଡାଉନ, ଜାଣନ୍ତୁ କେଉଁସବୁ କାର୍ଯ୍ୟ ଉପରେ ଲାଗିଲା ପ୍ରତିବନ୍ଧକ

307 Views

ଭୁବନେଶ୍ବର, ମେ ୦୨ : ରାଜ୍ୟସରକାର ରବିବାର ମେ ୫ (ବୁଧବାର) ସକାଳ ଠାରୁ ମେ ୧୯ (ବୁଧବାର) ସକାଳ ପର୍ଯ୍ୟନ୍ତ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି।

ଲକଡାଉନ ସମୟରେ ଲୋକଙ୍କୁ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ପନିପରିବା ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ କିଣିବା ପାଇଁ ଅନୁମତି ଦିଆଯାଇଛି |

ତେବେ ଲକଡାଉନ ସମୟରେ କଣ କଣ ବନ୍ଦ ରହିବ ଜାଣନ୍ତୁ-

ସ୍ୱାସ୍ଥ୍ୟ ସେବା ଓ ଅନ୍ୟ ଜରୁରୀ ସେବା ପାଇଁ କଟକଣା ନାହିଁ

ଲକଡାଉନ ବେଳେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ ଚାଲିବନି

କେବଳ ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ ସବୁ ଆତଯାତ ମନା

ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର ବନ୍ଦ ରହିବ

ପ୍ରଦର୍ଶନୀ, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ

ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ

ସିନେମା ହଲ, ମଲ, ମାର୍କେଟ କମ୍ପ୍ଲେକ୍ସ, ଜିମ ବନ୍ଦ ରହିବ

ଯାତ୍ରା, ଅପେରା, ଖୋଲା ମଞ୍ଚ ସମ୍ପୂର୍ଣ୍ଣଭାବେ ବନ୍ଦ ରହିବ

ସେଲୁନ, ପାର୍ଲର, ସ୍ପା ସମ୍ପୂର୍ଣ୍ଣଭାବେ ବନ୍ଦ ରହିବ

ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ

ତେବେ ଲକଡାଉନ ସମୟରେ ମଧ୍ୟ ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ ଜାରି ରହିବ। ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ତେବେ ଏହି ସମୟରେ ୱେବ ମିଡିଆ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମକୁ ଅନୁମତି ଦିଆଯାଇଛି । ସମ୍ପୃକ୍ତ ଗଣମାଧ୍ୟମ ଅଫିସର କର୍ମଚାରୀ ନିଜ ନିଜ ପରିଚୟପତ୍ର ଦେଖାଇ ଅଫିସକୁ ଯିବା ଆସିବା କରିପାରିବେ ।

ଅନ୍ୟପକ୍ଷରେ ପେଟ୍ରୋଲ ପମ୍ପ ଓ ରନ୍ଧନ ଗ୍ୟାସ ଯୋଗାଣକୁ ଅନୁମତି ଦିଆଯାଇଛି । ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ । ଟିକାକରଣ ଓ ଟେଷ୍ଟିଂକୁ ଅନୁମତି ଦିଆଯାଇଛି । ଲକଡାଉନବେଳେ ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ଯାଇପାରିବେ । ଲକଡାଉନ ସମୟରେ କରୋନା ଟେଷ୍ଟିଂ ଓ ଟିକାକରଣ ଜାରି ରହିବ।

By amfnews

Related Post