Wed. Jul 1st, 2026

ବିହାରୀ ଲୋକଙ୍କୁ ଡର ଲାଗୁଛି: ଲାଲୁଙ୍କ ପୁଅ ତେଜ୍‌ ପ୍ରତାପ

348 Views

ପାଟନା, ଜାନୁୟାରୀ ୦୩  : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନେତା ତେଜ୍‌ ପ୍ରତାପ ରାଜନୀତିରେ ଅଧିକ ସକ୍ରିୟ ହୋଇଛନ୍ତି। ସେ କ୍ରମାଗତ ଭାବରେ ଜନତା ଦରବାରରେ ସାମିଲ ହେଉଛନ୍ତି। ବିହାରରେ ବଢୁଥିବା ଅପରାଧକୁ ଦୃଷ୍ଟିରେ ରଖି ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏଥି ସହିତ ତେଜ୍‌ ପ୍ରତାପ କହିଛନ୍ତି, ବିହାରରେ କୌଣସି ବ୍ୟକ୍ତି ସୁରକ୍ଷିତ ନୁହଁନ୍ତି। ଏବେ ତାଙ୍କୁ ବି ଡର ଲାଗୁଛି।

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍‌ ପ୍ରତାପ ଯାଦବ ଜନତା ଦରବାର ମାଧ୍ୟମରେ ଲୋକଙ୍କ ସହିତ ମିଳାମିଶା କରୁଛନ୍ତି। ଏପରିକି ସେ ଗାଁରେ ବିଛଣାରେ ବସିବାକୁ ମଧ୍ୟ ପଛାଉ ନାହାନ୍ତି। ଏଥି ପାଇଁ ତେଜ ପ୍ରତାପଙ୍କ ଦରବାରରେ ସାଧାରଣ ଜନତାଙ୍କ ଭିଡ଼ ଜମୁଛି।

ତେଜ୍‌ ପ୍ରତାପ ଯାଦବ ନିକଟରେ ବିହାର ରାଜଧାନୀ ପାଟଣାର ଫୁଲଓ୍ଵାରୀସରିଫ ଥାନାରେ ଧାରଣା ପ୍ରଦର୍ଶନରେ ବସିଥିଲେ। ଜଣେ ମହିଳାଙ୍କ ଅଭିଯୋଗ ନେଇ ପୁଲିସ ପକ୍ଷରୁ ମାମଲା ରୁଜୁ ନ କରାଯିବା ପରେ ତେଜ୍‌ ପ୍ରତାପ ଜୋରଦାର ଶ୍ଲୋଗାନ ଦେଇଥିଲେ। ସେ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନୀତିଶ କୁମାରଙ୍କ ନିକଟରେ ଦାବି କରିଥିଲେ। କାର୍ଯ୍ୟାନୁଷ୍ଠାନ ନିଆ ନଯିବା ପରେ ତେଜ୍‌ ପ୍ରତାପ ନୀତିଶ ସରକାରଙ୍କୁ ଟାର୍ଗେଟ କରିଥିଲେ।

By amfnews

Related Post