Tue. Sep 29th, 2026

ବିଶି‌ଷ୍ଟ ସିନେ ତାରକା ଅଜିତ୍‌ ଦାସଙ୍କ ମାତୃ ବିୟୋଗ

328 Views

କରଞ୍ଜିଆ, ଡିସେମ୍ବର ୧୪ : ପ୍ରାତଃ ୬ଟା‌ ବେଳେ ବିଶିଷ୍ଟ ସିନେ ତାରକା ଅଜିତ୍‌ ଦାସଙ୍କ ମାଆ ଶତଦଳ ଦାସଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ବଡ଼ପୁଅ ଅଜିତ୍‌ ଦାସଙ୍କ ଭୁବନେଶ୍ବରସ୍ଥିତ ବାସ ଭବନରେ ରହି ଚିକିତ୍ସିତ ହେଉଥିଲେ। କରଞ୍ଜିଆରେ ଶବ ପହଞ୍ଚିବା ପରେ ବହୁ ଶୁଭେଚ୍ଛୁ, ଆତ୍ମୀୟ ସ୍ବଜନ ପହଞ୍ଚି ତାଙ୍କୁ ଶେଷ ଦର୍ଶନ କରିଥିଲେ। ପାଟଣାସ୍ଥିତ ପୁଣ୍ୟତୋୟା ବୈତରଣୀ କୂଳରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା। ସେ ଜଣେ ମିଷ୍ଠ ଭାଷୀ, ପରୋପକାରୀ, ଧାର୍ମିକ ମହିଳା ଥିଲେ। ବିଶିଷ୍ଟ ଓକିଲ ଶୈଳେଶ ଚନ୍ଦ୍ର ଦାସଙ୍କ ସେ ଧର୍ମପତ୍ନୀ ଥିଲେ। କିଛି ବର୍ଷ ଆଗରୁ ଶୈଳେଶଙ୍କ ଦେହାନ୍ତ ହୋଇଥିଲା। ତାଙ୍କର ୪ ପୁଅ ଅଛନ୍ତି।

By amfnews

Related Post