Wed. Aug 12th, 2026

ବିଳମ୍ବରେ ପହଞ୍ଚିଥିବା ବରକୁ ଘରେ କବାଟ କିଳି ଅନ୍ୟ ବର ବାହା ହେଲା କନ୍ୟା

253 Views

ବିଜନୋର: ଶୁକ୍ରବାର ଦିନ ରାଜସ୍ଥାନର ବିଜନୋର ଅନ୍ତର୍ଗତ ନଙ୍ଗଲଜତ ଗାଁରେ ବିଳମ୍ବରେ ପହଞ୍ଚିଥିବା ଜଣେ ବରକୁ କନ୍ୟା ଘର ଲୋକେ ଘରେ ପୂରାଇ କବାଟ କିଳିବା ସହ କନ୍ୟାକୁ ଅନ୍ୟତ୍ର ବିବାହ ଦେଇଛନ୍ତି। କେବଳ ବର ନୁହେଁ, ସାଥିରେ ଆସିଥିବା ବରଯାତ୍ରୀମାନଙ୍କୁ ମଧ୍ୟ ସେମାନେ ମାରଧର କରିବା ସହ ସେମାନଙ୍କର ମୂଲ୍ୟବାନ ଜିନିଷପତ୍ର ଛଡ଼ାଇ ନେଇଥିଲେ। ବରଯାତ୍ରୀରେ ଆସିଥିବା ସମସ୍ତ ଲୋକଙ୍କୁ ମଧ୍ୟ ସେମାନେ ଘରେ ପୂରାଇ କବାଟ ଦେଇ ଦେଇଥିଲେ।ସେ ବର ସହ ଯିବିନାହିଁ କହି ଶନିବାର ଦିନ କନ୍ୟା ତାଙ୍କ ପଡ଼ିଶାର ଅନ୍ୟ ଜଣେ ଯୁବକଙ୍କୁ ବାହା ହୋଇଥିଲା।

ପୁଲିସ କହିବା ଅନୁସାରେ, ଛଅ ସପ୍ତାହ ତଳେ ଏକ ଗଣ ବିବାହରେ ସେ ବର ଓ କନ୍ୟାଙ୍କର ବାହାଘର ସରିଥିଲା। ଶୁକ୍ରବାର ଦିନ ସେମାନେ ବାଜାରୋଶଣି ସହ ନଙ୍ଗଲଜତ ଗାଁରେ ବାହାଘର କରାଇବାକୁ ସ୍ଥିର କରିଥିଲେ। ରୀତିନୀତି ଅନୁସାରେ ପୁଣି ଥରେ ବାହା ହେବାକୁ ସେ ଦମ୍ପତି ଚାହିଁବାରୁ ଗଣବିବାହ ପରେ କନ୍ୟା ଶାଶୂଘରକୁ ଯାଇ ନ ଥିଲା।

ସେ ବର ଘର ବିଜନୋରର ଧରମପୁର ସହରରେ। କିନ୍ତୁ ଯୌତୁକ କଥାରେ ଉଭୟ ପରିବାର ମଧ୍ୟରେ ମନୋମାଳିନ୍ୟ ଉପୁଜିଥିଲା। ଯୌତୁକ ବାବଦରେ ନଗଦ ଅର୍ଥ ଓ ମଟରସାଇକେଲ ଦେବା ଅବସ୍ଥାରେ କନ୍ୟା ପକ୍ଷ ନ ଥିଲେ। ସେଥିପାଇଁ ରାତି ୨ଟାରେ ବର ଓ ବରଯାତ୍ରୀ ଆସି ପହଞ୍ଚିବେ ବୋଲି କହି ବହୁତ ବିଳମ୍ବରେ ଆସି ପହଞ୍ଚିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା।

ବରଯାତ୍ରୀମାନଙ୍କୁ ଘରୁ ମୁକୁଳାଇବାକୁ ପୁଲିସ ହସ୍ତକ୍ଷେପ ଆବଶ୍ୟକ ହୋଇଥିଲା।

ଉଭୟ ପକ୍ଷ ଥାନାରେ ପରସ୍ପର ବିରୋଧରେ ଅଭିଯୋଗ କରିଥିଲେ। ଶନିବାର ଦିନ ଘଟଣାର ଆପୋସ ସମାଧାନ କରାଯିବା ପରେ କନ୍ୟା ନିଜ ଗାଁର ଅନ୍ୟ ଜଣେ ଯୁବକଙ୍କୁ ବିଭା ହୋଇଥିଲା।

By amfnews

Related Post