Wed. May 15th, 2024

ବିମାନ ବନ୍ଦରରେ ମିଳିବ ଖାଣ୍ଟି ଓଡ଼ିଆ ଖାଦ୍ୟ, ପର୍ବପର୍ବାଣୀରେ ପିଠାପଣାର ସୁଆଦ

By amfnews Jun 7, 2018 #Featured
423 Views

ଭୁବନେଶ୍ୱର, ଜୁନ୍ ୦୭ : ଖୁବ୍ ଶିଘ୍ର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନେ ଖାଣ୍ଟି ଓଡ଼ିଆ ଖାଦ୍ୟ ପାଇପାରିବେ । ଏହା ସାଙ୍ଗକୁ ପର୍ବପର୍ବାଣୀ ହୋଇଥିଲେ ଉପଲବ୍ଧ ହୋଇପାରିବ ବିଭିନ୍ନ ପ୍ରକାର ପିଠା ପଣା । ଦେଶ ବିଦେଶର ପର୍ଯ୍ୟଟକମାନେ ଓଡ଼ିଶା ମାଟିରେ ଓଡ଼ିଆ ଖାଦ୍ୟର ବିବିଧତା ତାର ବିଶାଳ ସଂସ୍କୃତି ଓ ବ୍ୟଞ୍ଜନର ସ୍ୱାଦ ଚାଖିବାକୁ ସୁଯୋଗ ପାଇବେ । ଟର୍ମିନାଲ-୧ରେ ଏଭଳି ଏକ ଭୋଜନାଳୟ ଖୋଲିବା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏଥିପାଇଁ ମନୋନୀତ ହୋଇଥିବା ସଂସ୍ଥା ପାରମ୍ପରିକ ଓଡ଼ିଆ ଖାଦ୍ୟ ଥାଳି ୮୦ ଟଙ୍କା ମୂଲ୍ୟରେ ଉପଲବ୍ଧ କରାଇବ । ଭୋଜନାଳୟ ନିର୍ମାଣ କାର୍ଯ୍ୟ ଚାଲିଛି । ଚଳିତ ମାସରେ ଏହା କାର୍ଯ୍ୟକାରୀ ହେବ । ବିମାନ ବନ୍ଦରରେ ମିଳୁଥିବା ଖାଦ୍ୟ ଦ୍ରବ୍ୟ ଚଢା ହୋଇଥିବାବେଳେ ଖାଣ୍ଟି ଓଡ଼ିଆ ଖାଦ୍ୟ ଥାଳି ମାତ୍ର ୮୦ ଟଙ୍କା ଦରରେ ଉପଲବ୍ଧ ହେବା ଯାତ୍ରୀମାନଙ୍କ ପାଇଁ ଏକ ଭଲ ଖବର ନିଶ୍ଚୟ ।

By amfnews

Related Post