Sat. Aug 15th, 2026

ବିମାନ ଦୁର୍ଘଟଣା, ଚାଲିଗଲା ୯ ଜୀବନ

212 Views

ଓ୍ୱାଶିଂଟନ: ଆମେରିକାର ସାଉଥ ଡକୋଟାରେ ଏକ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ମୋଟ ୯ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ୧୨ ଜଣଙ୍କୁ ନେଇ ଚେମ୍ୱରେଲନରୁ ଆଇଡାହୋ ଯାଉଥିଲା ଏହି ବିମାନ। ମୃତକଙ୍କ ମଧ୍ୟରେ ପାଇଲଟ୍ ଏବଂ ଦୁଇ ଛୋଟ ଛୁଆ ମଧ୍ୟ ରହିଛନ୍ତି।

ବ୍ରୁଲ କାଉଣ୍ଟି ନିକଟରେ ଏହି ବିମାନ ଦୁର୍ଘଟଣାର ଶିକାର ହୋଇଛି ବୋଲି ବ୍ରୁଲ କାଉଣ୍ଟି ଷ୍ଟେଟର ସରକାରୀ ଅଧିକାରୀ ଆର୍ଟନୀ ଖେରେସା ମାଉଲେ କହିଛନ୍ତି। ମୋଟ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାକି ୩ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଛି। ଏବେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛି।ପରିବହନ ନିରାପଦ ବୋର୍ଡର ଅଧିକାରୀ ପିଟର ନଡସନ କହିଛନ୍ତି, ବିମାନଟି ଉଡ଼ାଣ ଭରିବା ପୂର୍ବରୁ ଚେମ୍ୱରଲେନ ଏବଂ ସେଣ୍ଟ୍ରାଲ ସାଉଥ ଡକୋଟାରେ ପ୍ରବଳ ତୁଷାରପାତ ହେବ ବୋଲି ଆଗୁଆ ସତର୍କ ସୂଚନା ଦିଆଯାଇଥିଲା। ଏବେ ପାଣିପାଗ ଖରାପ ଥିବାରୁ ଦୁର୍ଘଟଣା ସ୍ଥଳକୁ ଯିବା କଷ୍ଟକର। ଏହି ଘଟଣାର ତଦନ୍ତ ଏନଟିଏସବି କରିବ। ପ୍ରାଥମିକ ରିପୋର୍ଟ ଦୁଇ ସପ୍ତାହ ମଧ୍ୟରେ ଆସିବ କିନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ଆସିବାକୁ ବର୍ଷେରୁ ଦୁଇ ବର୍ଷ ଲାଗିବ ବୋଲି ସେ କହିଛନ୍ତି।

By amfnews

Related Post