Thu. Jun 11th, 2026

ବିଭିନ୍ନ ବ୍ରାଣ୍ଡର ୩୦ ହଜାର ଲିଟର ନକଲି ତେଲ ଜବତ

258 Views

କଟକ : କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରାର ବମ୍ଫକୁଦ ଅଞ୍ଚଳରୁ ନକଲି ତେଲ କାରଖାନା ଠାବ କରାଯାଇଛି। ସେଠାରୁ ୩୦ ହଜାର ଲିଟର ଖାଇବା ତେଲ ଜବତ କରାଯାଇଛି। ପାଓ୍ୱାର, ସିପ୍, ଖୁସି ଗୋଲ୍ଡ ଓ ଓମ୍‌ ଆଦି ବିଭିନ୍ନ ବ୍ରାଣ୍ଡର କମ୍ପାନୀର ଲୋଗ ଲଗାଯାଇ ନକଲି ତେଲକୁ ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭଦ୍ରକ ଓ କଟକ ସହ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି ।

ଘଟଣାସ୍ଥଳରୁ ପୁଲିସ ଏକ ଟ୍ରକ୍‌କୁ ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ସୂଚନାଯୋଗ୍ୟ, ବମ୍ଫକୁଦ ଅଞ୍ଚଳରେ ନକଲି ତେଲ କାରଖାନା ଥିବା ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସକାଳେ ସେହି ଅଞ୍ଚଳରେ ଚଢ଼ଉ କରିଥିଲା।

By amfnews

Related Post