Fri. May 17th, 2024

ବିବାହ ବନ୍ଧନରେ ବାନ୍ଧି ହେଲେ ଆଦିତ୍ୟ ନାରାୟଣ ଓ ଶ୍ୱେତା ଅଗ୍ରୱାଲ

By amfnews Dec 2, 2020 #Featured
185 Views

ନୂଆଦିଲ୍ଲୀ, ଡିସେମ୍ବର 02 : ଲୋକପ୍ରିୟ ଗାୟକ ଆଦିତ୍ୟ ନାରାୟଣ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିଛନ୍ତି  ।  ଉଭୟ ଇସ୍କନ ମନ୍ଦିରରେ ନିଜ ପରିବାର ସଦସ୍ୟଙ୍କ ଆଗରେ ସାତ ଫେରା ନେଇଛନ୍ତି  । ବରବେଶରେ ଆଦିତ୍ୟ ହ୍ୟାଣ୍ଡସମ ପରି ଦେଖାଯାଉଥିବାବେଳେ ଶ୍ୱେତା କନ୍ୟା ପୋଷାକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି  । ପ୍ରେମିକା ଶ୍ୱେତା ଅଗ୍ରୱାଲଙ୍କୁ ସମସ୍ତ ରୀତିନୀତି ଅନୁସାରେ ସାତଜନ୍ମର ସାଥି କରିଛନ୍ତି ।

ଆଦିତ୍ୟଙ୍କ ବିବାହର ଫଟୋ ଏବେ ସୋସିଆଲ ମିଡିଆରେ  ଭାଇରାଲ ହେବାରେ ଲାଗିଛି ।  ପରମ୍ପରାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଦିତ୍ୟ ନାରାୟଣ ଓ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲ  ।

By amfnews

Related Post