Sun. Apr 26th, 2026

ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ, ୫ ଅଭିଯୁକ୍ତ ଗିରଫ

170 Views

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘଷିପୁରା ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ଯାଜପୁର ଅଞ୍ଚଳର ଜଣେ ବିବାହିତା ମହିଳା ବସ୍ ଯୋଗେ ନିଜ ଘରକୁ ଫେରିବାକୁ ଘଷିପୁରା ଥାନାର ଶାଳପଡ଼ା ଛକ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ୫ଜଣ ଅସାମାଜିକ ଯୁବକ ଆଜି ବସ୍ ନାହିଁ ବୋଲି କହିଥିଲେ। ତା’ପରେ ତାଙ୍କୁ ଘରେ ଛାଡ଼ି ଦେବାର ପ୍ରଲୋଭନ ଦେଖାଇଥିଲେ। ବିବାହିତା ମହିଳାଜଣକ ସେମାନଙ୍କ କଥାରେ ରାଜି ହୋଇଥିଲେ। ତା’ପରେ ସେମାନେ ଉକ୍ତ ମହିଳାଙ୍କୁ ଜଳସଂପଦ ବିଭାଗର ଏକ କ୍ବାର୍ଟରକୁ ନେଇକରି ଯାଇଥିଲେ। ସେଠାରେ ସେମାନେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ କରିଥିଲେ ।

Image result for ghasipura police station

ତେବେ ମହିଳାଜଣକ କୌଣସିମତେ ସେମାନଙ୍କ ହାବୁଡ଼ରୁ ଖସି ଆସି ଘଷିପୁରା ଥାନାରେ ଏସଂପର୍କରେ ଅଭିଯୋଗ କରିଥିଲେ। ଉକ୍ତ ମହିଳାଜଣକ ନିଜର ଜଣେ ସଂପର୍କୀୟଙ୍କ ଘରକୁ ଆନନ୍ଦପୁରକୁ ଆସିଥିଲେ ବୋଲି ଜଣାଯାଇଛି। ଅପରପକ୍ଷରେ ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଏହି ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

By amfnews

Related Post