Fri. Jul 24th, 2026

ବିବାଦରେ ବଲିଉଡର ସିରିଏଲ୍‌ କିସର

267 Views

ମୁମ୍ବାଇ, ଡିସେମ୍ବର ୦୪: ବଲିଉଡରେ ସିରିଏଲ୍‌ କିସରଭାବେ ପରିଚିତ ଅଭିନେତା ଇମ୍ରାନ୍‌ ହାସମୀ । ସେ ମର୍ଡର୍‌, ଓ୍ଵାପସ ଅପଅନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ, ବାଦଶାହୋ ଏବଂ ଦ ଡାର୍ଟି ପିକଚର୍‌ ଭଳି ସିନେମାରେ ବହୁ ସିନେମାରେ ନାୟକଭାବେ ନଜର ଆସିଛନ୍ତି। ଆଜିକାଲି ‘ଚିଟ୍‌ ଇଣ୍ଡିଆ’ ଟାଇଟଲରେ ନିର୍ମିତ ଏକ ହିନ୍ଦୀ ଫିଲ୍ମର ବିବାଦରେ ଫସିଯାଇଛନ୍ତି।

ଦିଲ୍ଲୀର ଲେଖକ ଦିନେଶ ଗୌତମ ଓ ଅଭିନେତା ଇମ୍ରାନ୍‌ ଜୈଦ୍‌ ଟି ସିରିଜ୍‌ ଓ ଇମ୍ରାନ୍‌ ହାସମୀଙ୍କ ଉପରେ ଫିଲ୍ମରେ ସ୍କ୍ରିପ୍ଟ ଚୋରି ଅଭିଯୋଗ ଆଣିଛନ୍ତି। ସେମାନଙ୍କର କହିବା କଥା ହେଲା କି ‘ଚିଟ୍‌ ଇଣ୍ଡିଆ’ର କଥାବସ୍ତୁ ଫିଲ୍ମ ‘ମାର୍କସିଟ୍‌’ ସହିତ ମିଶିଯାଇଛି।‘ମାର୍କସିଟ୍‌’ ଟାଇଟଲକୁ ସେମାନେ ୨୦୧୨ରେ ଇଣ୍ଡିଆନ୍‌ ସ୍କ୍ରିପ୍ଟ ରାଇଟସ୍‌ ଆସୋସିଏସନ୍‌ରେ ପଞ୍ଜୀକୃତ କରିଥିଲେ।

ମାର୍କସିଟିର ଲେଖକ ଓ ଅଭିନେତାଙ୍କ କହିବା ଅନୁଯାୟୀ ଇମ୍ରାନ ହାସମୀ ଯେମିତି ଚିଟ୍‌ ଇଣ୍ଡିଆର କାହାଣୀ ଶୁଣାଇଲେ,ସେମାନେ ଜାଣିଗଲେ ଯେ ଏହା ତାଙ୍କ ଫିଲ୍ମର କଥାବସ୍ତୁ। ଏଣୁ ସେମାନେ ରାଇଟସ୍‌ ଆସୋସିଏସନ୍‌ରେ ଲିଖିତ ଅଭିଯୋଗ କରିଛନ୍ତି। ଏବେ ପ୍ରଯୋଜନା ସଂସ୍ଥାକୁ ଲିଗାଲ୍‌ ନୋଟିସ୍‌ ଦିଆଯାଇଛି।

By amfnews

Related Post