Thu. Oct 15th, 2026

‘ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା’

209 Views

ପୁରୀ : କରୋନା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ଚନ୍ଦନ ଯାତ୍ରା ହେବ। ସାମାଜିକ ଦୂରତା ରଖି ଚନ୍ଦନ ଯାତ୍ରାର ସମସ୍ତ ନୀତିକାନ୍ତି ସମ୍ପାଦନ କରାଯିବ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ ଆସନ୍ତା ୨୬ ତାରିଖରେ ଚନ୍ଦନ ଯାତ୍ରା ହେବ। ସେଥିପାଇଁ ସବୁ ପ୍ରସ୍ତୁତି ସରି ଗଲାଣି। ଚନ୍ଦନ ଯାତ୍ରା ପରେ ରଥଯାତ୍ରାର ପ୍ରସ୍ତୁତି ଆରମ୍ଭ ହେବ। ଯଦି କରୋନା ଅତି ଭୟଙ୍କର ରୂପ ନିଏ, ତେବେ ବିନା ଭକ୍ତରେ ମହାପ୍ରଭୁଙ୍କ ଘୋଷଯାତ୍ରା ମଧ୍ୟ ହେବ।”

ସେ ଆହୁରି କହିଛନ୍ତି, “ଭକ୍ତମାନେ ଘରେ ବସି ଟିଭି ମାଧ୍ୟମରେ ରଥଯାତ୍ରା ଦେଖିବେ। ହେଲେ ରଥଯାତ୍ରା କେବେ ବନ୍ଦ ହେବନି।”

By amfnews

Related Post