Thu. Jun 4th, 2026

ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲ୍ଲୀପ ରାୟ

333 Views

ଭୁବନେଶ୍ୱର, ନଭେମ୍ବର ୩୦: ଆଜି ବିଜେପି ନେତା ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ରାୟ ନିଜ ଇସ୍ତଫା ପତ୍ର ବିଧାନସଭାର ବାଚସ୍ପତି ଙ୍କ ନିକଟକୁ ପଠାଇ ଦେଇଥିବା ଜଣାଯାଇଛି।ସେହିପରି ଖୁବ୍‌ ଶୀଘ୍ର ସେ ବିଜେପି ଦଳ ତ୍ୟାଗ କରିବା ମଧ୍ୟ ଘୋଷଣା କରିଛନ୍ତି। ସେ ୨୦୧୯ ସାଧାରଣ ନିର୍ବାଚନରେ ରାଉରକେଲାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଶ୍ରୀ ରାୟ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ବ୍ରାହ୍ମଣୀ ନଦୀରେ ଦ୍ଵିତୀୟ ପୋଲ ଓ ଆଇଜିଏଚ୍‌କୁ ସୁପର ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରିବାକୁ ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଉଭୟ ପ୍ରକଳ୍ପ ସଂପର୍କରେ ଘୋଷଣା କରିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ନ ହେବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା। ଆଉ ଲୋକଙ୍କ ଅସନ୍ତୋଷକୁ ଆଧାର କରି ଦିଲ୍ଲୀପ କିଛି ଦିନ ଧରି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିକଟରେ ଆପତ୍ତି କରି ଆସୁଥିଲେ। ନିକଟରେ ସେ ଏହି ପ୍ରସଙ୍ଗକୁ ଆଉ ଥରେ ଉଠାଇ ବିଧାୟକ ପଦବି ଓ ବିଜେପି ଦଳ ଛାଡିବା ସଂପର୍କରେ ସଙ୍କେତ ଦେଇଥିଲେ।

By amfnews

Related Post