Mon. Aug 17th, 2026

ବିଦ୍ୟୁତ୍‌ ଆଘାତରେ ଟଳିପଡ଼ିଲେ ସ୍ୱାମୀ-ସ୍ତ୍ରୀ

208 Views

କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ାରେ ଘଟିଛି ଅଘଟଣ। ବିଦ୍ୟୁତ୍‌ ଆଘାତରେ ଟଳିପଡ଼ିଲେ ସ୍ୱାମୀ-ସ୍ତ୍ରୀ।ସୁନାବେଡ଼ା ପୁଲିସ୍‌ କଲୋନୀରେ ଆଜି ସକାଳୁ ସୁଧାକର ବିଶ୍ୱାଳ ଓ ତାଙ୍କ ପତ୍ନୀ ଚଞ୍ଚଳାଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଆଜି ସକାଳେ ସୁଧାକରଙ୍କ ବାଥରୁମର ଗିଜରକୁ ସଂଯୋଗ କରୁଥୁବା ତାର ସଟ ହୋଇ ଲୁଗା ରଖିବାକୁ ଥିବା ଜିଆଇ ତାର ସହ ସଂଯୋଗ ହୋଇଯାଇଥିଲା। ସୁଧାକର ଲୁଗା ଶୁଖାଉଥିବା ବେଳେ ତାର ସଂସ୍ପର୍ଶରେ ଆସି ଛଟପଟ ହେଉଥିଲେ।  ସ୍ୱାମୀଙ୍କ ଚିତ୍କାର ଶୁଣି ସ୍ତ୍ରୀ ଚଞ୍ଚଳା ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେ ମଧ୍ୟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ଉଭୟ ପ୍ରାଣ ହରାଇଥିଲେ ।

ଏଭଳି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସେପଟେ ଘଟଣା ପରେ ପୁଲିସ୍ ପହଞ୍ଚି ଖୋଳତାଡ଼ କରୁଛି ।  ମୃତକ ସୁଧାକର ବିଶ୍ୱାଳ ସୁନାବେଡ଼ା ମ୍ୟୁନିସିପାଲଟିରେ ଟ୍ୟାକ୍ସ କଲେକ୍ଟର ଥିଲେ ବୋଲି ଜଣାପଡ଼ିଛି ।

By amfnews

Related Post