Sat. Aug 15th, 2026

ବିଦ୍ୟାଳୟରେ ବୋମା ବିସ୍ଫୋରଣ : ଦୁଇ ଛାତ୍ର ଗୁରୁତର

215 Views

ଆସିକା : ବିଦ୍ୟାଳୟରେ ଫୁଟିଲା ବୋମା । ଗଂଜାମ ଜିଲ୍ଲା ଆସିକା ଥାନା ମାଗୁରା ଗାଁ ସରକାରୀ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବୋମା ବିସ୍ଫୋରଣ ଘଟି ବିଦ୍ୟାଳୟର ଦୁଇ ଛାତ୍ର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ମାଗୁରା ଗାଁରେ ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଶନିବାର ଥିବାରୁ ସକାଳୁଆ ସ୍କୁଲ ଚାଲିଥିଲା। ସେଠାରେ ମଧ୍ୟାହ୍ନ ଭୋଜନ ଚାଲିଥିବା ବେଳେ ଜଣେ ଛାତ୍ର ତାବିଜ ଭଳି ଏକ ଜିନିଷ ପାଇଥିଲେ । ତାକୁ ବାହାରକୁ ଫୋପାଡ଼ି ଦେବା ବେଳେ ବିଦ୍ୟାଳୟ ପରିସରରେ ବୋମା ବିସ୍ଫୋରଣ ଘଟିଥିଲା ବୋଲି କୁହାଯାଉଛି । ବିସ୍ଫୋରଣରେ ଦୁଇଜଣ ଛାତ୍ରଙ୍କ ମୁହଁ ଓ ହାତରେ ଆଘାତ ଲାଗି ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି ।

ଗୁରୁତର ସପ୍ତମ ଶ୍ରେଣୀର ଛାତ୍ର ରାଜା ନାୟକ ଓ ଅଷ୍ଟମ ଶ୍ରେଣୀର ଛାତ୍ର ବୋଲି ଜଣାଯାଇଛି । ଏହି ଦୁଇ ଗୁରୁତର ଛାତ୍ରଙ୍କୁ ପ୍ରଥମେ ଆସିକା ଏବଂ ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

By amfnews

Related Post