Mon. May 20th, 2024

ବିଦେଶୀ କୁଟନୈତିଜ୍ଞଙ୍କୁ ମାଗଣାରେ କରୋନା ଟିକା ଦେବ ଭାରତ, ଅଫର ପାଇଲା ପାକିସ୍ତାନ

By amfnews Feb 3, 2021 #Featured
192 Views

ନୂଆଦିଲ୍ଲୀ, ଫେବୃଆରୀ ୦୩ : ନିଜର ବସୁଧୈବ କୁଟୁମ୍ବକମ ସଂସ୍କୃତି ଆଧାରରେ ଭାରତ ନିୟମିତ ଭାବେ ବିଭିନ୍ନ ଦେଶକୁ କରୋନା ଟିକା ପଠାଇ ଏହି ବିପଦପୂର୍ଣ୍ଣ ଭାଇରସରୁ ବଂଚାଇବାକୁ ସହଯୋଗ କରିଆସୁଛି । ନିଜର ଏହି ଉଦ୍ୟମକୁ ବଢ଼ାଇବା ପାଇଁ ଭାରତ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି । ଭାରତ ଏବେ ଦିଲ୍ଲୀରେ ମୁତୟନ ଥିବା ସମସ୍ତ ଦେଶର ବିଦେଶୀ କୁଟନୈତିଜ୍ଞଙ୍କୁ ମାଗଣାରେ କରୋନା ଟିକାକରଣ କରିବାକୁ ଯାଉଛି । ଏହି ଟିକାକରଣରେ ଅଂଶଗ୍ରହଣ କରିବାକୁ ପାକିସ୍ତାନର କୁଟନୈତିଜ୍ଞକୁ ଭାରତ ଅଫର ଦେଇଛି । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାକିସ୍ତାନ ତରଫରୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହିଁ । ଭାରତ ଏହା ପୂର୍ବରୁ କରୋନା ଭାଇରସରୁ ବର୍ତ୍ତିବା ଲାଗି ଦିଲ୍ଲୀରେ ମୁତୟନ କୁଟନୈତିଜ୍ଞଙ୍କ ପର୍ଯ୍ୟନ୍ତ ନିଜର କଥାକୁ ପହଂଚାଇଛି । ଭାରତ ଡିସେମ୍ବରରେ ୫୦ରୁ ଅଧିକ ବିଦେଶ କୁଟନୈତିଜ୍ଞଙ୍କୁ ହାଇଦ୍ରାବାଦରେ କରୋନା ଟିକା ଉତ୍ପାଦନ କରୁଥିବା ୨ଟି କଂପାନୀକୁ ଗସ୍ତ କରାଇଥିଲା । 

ସେହି ସମୟରେ ବିଦେଶୀ କୁଟନୈତିଜ୍ଞ ଭାରତ ବାୟୋଟେକ ଓ ବାୟୋଲୋଜିକାଲ ଇ କଂପାନରେ କେରାନା ଟିକା ଉତ୍ପାଦନ ଦେଖିଥିଲେ । ଏହି କୁଟନୈତିଜ୍ଞଙ୍କୁ କରୋନା ଟିକାର ଉତ୍ପାଦନରେ ଭାରତର ଉଦ୍ୟମ ଓ କ୍ଲିନିକାଲ ପରୀକ୍ଷା ସଂପର୍କରେ ଅବଗତ କରାଯାଇଥିଲା । 

By amfnews

Related Post